ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଶକ୍ତି ସିଂ ଗୋହିଲ ହେଲେ ଗୁଜୁରାଟ କଂଗ୍ରେସ ମୁଖ୍ୟ, ଦୀପକ ବାବରିଆ ଦିଲ୍ଲୀ ଏବଂ ହରିୟାଣା କଂଗ୍ରେସର ପ୍ରଭାରୀ ନିଯୁକ୍ତ...

ନୂଆଦିଲ୍ଲୀ : ଗୁଜୁରାଟ କଂଗ୍ରେସର ମୁଖ୍ୟ ହେଲେ ଶକ୍ତି ସିଂ ଗୋହିଲ । ସେହିଭଳି କଂଗ୍ରେସ ନେତା ଦୀପକ ବାବରିଆଙ୍କୁ ଦିଲ୍ଲୀ କଂଗ୍ରେସ ଏବଂ ହରିୟାଣା କଂଗ୍ରେସର ପ୍ରଭାରୀ ନିଯୁକ୍ତ କରାଯାଇଛି । ଏଥି ସହିତ କଂଗ୍ରେସ ବି ବୈଥିଲିଙ୍ଗମଙ୍କୁ ପୁଡୁଚେରୀ ୟୁନିଟର ସଭାପତି ଭାବରେ ନିଯୁକ୍ତ କରିଛି । ସେପଟେ ବର୍ଷା ଗାୟକଓ୍ବାଡଙ୍କୁ ମୁମ୍ବାଇ ଆଞ୍ଚଳିକ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରାଯାଇଛି ।

କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ ଜଣେ ରାଜ୍ୟସଭା ସାଂସଦ । ବି ବୈଥିଲିଙ୍ଗମ୍ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ପୁଡୁଚେରୀର ଏକମାତ୍ର ଲୋକସଭା ଆସନରୁ ସାଂସଦ ଅଟନ୍ତି । ଏଥିସହିତ ବର୍ଷା ଗାୟକଓ୍ବାଡ ମହାରାଷ୍ଟ୍ର ଧରାବୀ ବିଧାନସଭା ଆସନରୁ ବିଧାୟକ ଅଟନ୍ତି ।

ଦଳୀୟ ସୂତ୍ର ଅନୁଯାୟୀ, କଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଗୁଜୁରାଟର ଗୁରୁତ୍ୱପୂର୍ଣ୍ଣ ପଦବୀ ଉପରେ ଆଲୋଚନା ପାଇଁ ରାଜ୍ୟ ନେତାମାନଙ୍କୁ ଡାକିଥିଲେ । ଗତକାଲି (ଗୁରୁବାର) ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ଅର୍ଜୁନ ମୋଧୱାଡିଆ, ଅମିତ ଚାଭଡା, ଶୈଲେଶ ପରମାର, ସିଦ୍ଧାର୍ଥ ପଟେଲ ଏବଂ ଦୀପକ ବାବରିଆ ଦିଲ୍ଲୀରେ ପହଞ୍ଚି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ । ଏହା ପରେ ଆଜି (ଶୁକ୍ରବାର) ଦୁଇ ରାଜ୍ୟର ରାଜ୍ୟ ସଭାପତି, ମୁମ୍ବାଇ ଆଞ୍ଚଳିକ କଂଗ୍ରେସ କମିଟିର ସଭାପତି ଏବଂ ଦୁଇ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି ।

ସୂଚନାଥାଉକି, ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଖରାପ ପରାଜୟ ପରେ ଜଗଦୀଶ ଠାକୁର ସଭାପତି ପଦ ଛାଡିବାକୁ ପ୍ରସ୍ତାବ ଦେଇଥିଲେ । ନିର୍ବାଚନରେ ​​୧୮୨ ଟି ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୧୭ ଟି ଜିତିଥିଲା । ଏଥି ସହିତ ଗୁଜୁରାଟର ପ୍ରଭାରୀ ରଘୁ ଶର୍ମା ମଧ୍ୟ ପରାଜୟର ନୈତିକ ଦାୟିତ୍ବ ଗ୍ରହଣ କରି ଇସ୍ତଫା ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.