ମୁମ୍ବାଇ,୧୮/୨ : ଟିଭିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ବୈଷ୍ଣବୀ ମ୍ୟାକଡୋନଲ୍ଡ । ନିକଟରେ ଏକ ସାକ୍ଷାତକାର ସମୟରେ ଇଣ୍ଡଷ୍ଟ୍ରିର କଳା ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ବିଶେଷ କରି ବୈଷ୍ଣବୀଙ୍କୁ ଲୋକପ୍ରିୟତା ସିରିଏଲ୍ ଶକ୍ତିମାନରେ ଗୀତା ବିଶ୍ବାସ ଚରିତ୍ରରୁ ମିଳିଛି । ସେ ନିଜ କ୍ୟାରିୟର ଆରମ୍ଭ ଫିଲ୍ମରୁ କରିଥିଲେ ।

ସବୁଠାରୁ ପ୍ରଥମେ ସେ ବୀରାନା ଫିଲ୍ମରେ ଦେଖାଯାଇଥିଲେ । ଏହା ବ୍ୟତୀତ ଲାଡଲା ଏବଂ ବରସାତ କି ରାତ୍ ଭଳି ଫିଲ୍ମରେ ବି ସେ କାମ କରି ସାରିଛନ୍ତି । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ବହୁ ଖରାପ ଏକ୍ସପିରିୟନ୍ସର ସାମ୍ନା କରିବାକୁ ପଡ଼ିଛି । ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଜଣେ ଅଭିନେତାଙ୍କ ସହ କମ୍ପରମାଇଜ କରିବାକୁ ମନା କରି ଦେଇଥିଲେ । ଏହି କାରଣରୁ ତାଙ୍କୁ ସିନେମାରୁ ବାହାର କରିଦିଆଯାଇଥିଲା ।

ବୈଷ୍ଣବୀ କହିଛନ୍ତି କି ଏହି କାରଣରୁ ତାଙ୍କୁ ଫିଲ୍ମରୁ ଦୂରେଇ ଯିବାକୁ ପଡ଼ିଲା ଏବଂ ଟିଭିରେ କାମ କରିବାକୁ ଲାଗିଲେ । ସେହି ସମୟରେ ଶକ୍ତିମାନର ଅଫର ମିଳିଥିଲା ତ ସେ ହଁ କରିଦେଇଥିଲେ । ବୈଷ୍ଣବୀ କହିଛନ୍ତି କି କିଭଳି ଭାବେ ଫିଲ୍ମର ପୋଷ୍ଟର୍ସ ଏବଂ ବ୍ୟାନର ଛଫା ସରିଥିଲା ଏବଂ ତା’ପରେ ବି ତାଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିଲା ।