ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ୯ ତାରିଖରେ ରାତି ୧୦ଟା ୫୮ରେ ବୁଧ ଓ ଶନି ଏକାଠି ହୋଇ ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ବୁଧ ଓ ଶନିଙ୍କ ଯୋଗ ଫଳରେ ଏହି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ । ଶାସ୍ତ୍ର ଅନୁସାରେ ଦୁଇଟି ଗ୍ରହ ଏକାଠି ହେଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଜାଣନ୍ତୁ ଏହି ୫ ରାଶିଙ୍କୁ ମିଳିବ କି ଫଳ...

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଶୁଭଫଳ ମିଳିବ । ବ୍ୟବସାୟରେ ଓ ଚାକିରିରେ ଖୁବ୍‌ ଉନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

କନ୍ୟା- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ବ୍ୟବସାୟରେ ଉନ୍ନତି ହେବ । ଅଟକି ଥିବା କାମ ପୂରଣ ହେବ । ନୂଆ ବ୍ୟବସାୟ ଆରମ୍ଭ କରି ଲାଭବାନ୍‌ ହେବେ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ ।

ତୁଳା- ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ସଫଳତା ମିଳିବା ସହ ନୂଆ ଜମି ଓ ଘର କିଣିବାର ଯୋଗ ରହିଛି ।

ମକର- ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଯାତ୍ରାର ଯୋଗ ରହିଛି । ସନ୍ତାନ ସୁଖ ପ୍ରାପ୍ତି ହେବ । ହଠାତ୍‌ ଧନ ମିଳିବ ।

କୁମ୍ଭ- ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନରେ ଖୁସିର ଆଗମନ ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।