ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଅକ୍ଟୋବର ୨୨ରୁ ମାର୍ଗି ହେବେ ଶନି, ଏହି ୪ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ

ନୂଆଦିଲ୍ଲୀ ୦୫/୧୦: ସମସ୍ତ ଗ୍ରହ ମଧ୍ୟରେ ଶନି ଧୀର ଗତିଶୀଳ ଗ୍ରହ। ବର୍ତ୍ତମାନ ଶନି ଦେବ ବକ୍ରି ଅଛନ୍ତି ଏବଂ ଅକ୍ଟୋବର ୨୩ ରୁ, ସେ ସମ୍ପୂର୍ଣ୍ଣ ମାର୍ଗି ଚାଲିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ବି କୌଣସି ଗ୍ରହ ମାର୍ଗି ହୁଅନ୍ତି, ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ପଡିଥାଏ। ଶନିଙ୍କ ମାର୍ଗି ହେତୁ ସମସ୍ତ ରାଶିର ଲୋକଙ୍କୁ ଶୁଭ-ଅଶୁଭ ଫଳାଫଳ ମିଳିଥାଏ। ଏହି ବର୍ଷ ଶନି ମାର୍ଗି ହୋଇ 'ଅଖଣ୍ଡ ସାମ୍ରାଜ୍ୟ ରାଜଯୋଗ' ଗଠନ କରିବେ, ଯାହାକି କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହେବାକୁ ଯାଉଛି। ଆଉ କିଛି ରାଶିର ଲୋକ ଏହି ସମୟ ମଧ୍ୟରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ...

ମେଷ - ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନି ମାର୍ଗିର ପ୍ରଭାବ ସ୍ପଷ୍ଟ ଦେଖାଯିବ। ସମସ୍ୟା ବଢିବ । ନିଜର କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଯଦି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ, ତେବେ କିଛି ନୂଆ ବିବାଦରେ ପଡ଼ିପାରନ୍ତି। ଖର୍ଚ୍ଚ ବଢିପାରେ। ପିତାମାତା ଏବଂ ଜୀବନସାଥୀଙ୍କ ପରାମର୍ଶ ଅନୁସରଣ କରନ୍ତୁ।

ସିଂହ - ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ବିଶେଷ ଦୃଷ୍ଟି ରହିବ। ଦାୟିତ୍ୱ ବଢିବ। କ୍ୟାରିୟରରେ ନୂତନ ସୁଯୋଗ ଆସିପାରେ, କିନ୍ତୁ ସାବଧାନ ହେବାର ଆବଶ୍ୟକତା ରହିଛି। ଇଗୋ ଠାରୁ ଦୂରେଇ ରୁହନ୍ତୁ।

ତୁଳା - ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଲୋକଙ୍କ ଉପରେ ବର୍ତ୍ତମାନ ଶନି ଧାଇୟା ଚାଲିଛି। ଏହି ସମୟରେ ଭଲ ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି। ଯଦି ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହୋଇପାରିବ। ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଥିଲେ, ତେବେ ସମୟ ଅନୁକୂଳ ରହିଛି। କିନ୍ତୁ ଏହି ସମୟ ମଧ୍ୟରେ ଜୀବନସାଥୀ ସହିତ ଝଗଡା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆପଣଙ୍କୁ ଟିକେ ସତର୍କ ହେବା ଆବଶ୍ୟକ। ଅଫିସ୍ ଏବଂ ପରିବାର ସଦସ୍ୟଙ୍କ ସହିତ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ ନଚେତ୍ ଅସୁବିଧା ହୋଇପାରେ।

ମକର - ଏହି ସମୟରେ ଶନି ମକର ରାଶିରେ ବକ୍ରି ଅବସ୍ଥାରେ ବସିଛନ୍ତି ଏବଂ ଅକ୍ଟୋବର ୨୩ ରେ ଏହା ମାର୍ଗି ହୋଇଯିବେ। ଏହି ସମୟରେ ମକର ରାଶିରେ ସାଢେସାତୀ ଚାଲିଛି । ଏହି ସମୟ ମଧ୍ୟରେ ଶନିଙ୍କ ମାର୍ଗି ମକର ରାଶିର ଲୋକଙ୍କୁ ଲାଭ ଦେଇପାରେ। ଆପଣ ଯେଉଁ ସବୁ ଜିନିଷକୁ ନେଇ ଅସୁବିଧାରେ ଅଛନ୍ତି, ସେହି ସମସ୍ୟାରୁ ମୁକ୍ତି ମିଳିବ।

Copyright © 2022 - Summa Real Media Private Limited. All Rights Reserved.