PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗ୍ରୀନ୍‌ ମାର୍କରେ ବନ୍ଦ ହେଲା ସେୟାର ବଜାର, ସେନସେକ୍ସ ୧୨୪ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ ୦୮/ ୦୩: ଭାରତୀୟ ସେୟାର ବଜାରରେ ବୁଧବାର ଭଲ କାରବାର ହୋଇଛି । ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ସବୁଜ ସଙ୍କେତରେ ବନ୍ଦ ହୋଇଛନ୍ତି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୨୩.୬୩ ପଏଣ୍ଟ ବୃଦ୍ଧିପାଇ ୬୦,୩୪୮.୦୯ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୪୨.୯୫ଅଙ୍କ ବଢି ୧୭,୭୫୪.୪୦ ପଏଣ୍ଟରେ କାରବାର ଶେଷ କରିଛି । ସେହିଭଳି ବ୍ୟାଙ୍କ ନିଫ୍ଟି ୨୨୬.୭୦ ବୃଦ୍ଧି ପାଇ ୪୧,୫୭୭.୧୦ପଏଣ୍ଟରେ ବନ୍ଦ ହୋଇଛି ।

ଆଜି କାରବାର ଶେଷ ସୁଦ୍ଧା ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାର ମୂଲ୍ୟ ସର୍ବାଧିକ ୪.୭୯% ଅର୍ଥାତ୍‌ ୫୩.୬୫ ଟଙ୍କା ବଢି ୧୧୭୪.୨୫ ଟଙ୍କାରେ ପହଞ୍ଚିଯାଇଛି । ସେହିଭଳି ବଜାଜ ଫାଇନାନ୍ସ ସେୟାର ମୂଲ୍ୟ ସର୍ବାଧିକ ହ୍ରାସ ପାଇଛି । ବଜାଜ ଫାଇନାନ୍ସ ସେୟାର ୧୩୮ ଟଙ୍କା ଖସି ୫୯୯୬.୮୫ ଟଙ୍କାରେ କାରବାର ଶେଷ କରିଛି ।

ସେୟାର ବଜାର ବନ୍ଦ ହେବା ବେଳକୁ ଆଇଟି, ମେଟାଲ, ଫାର୍ମା, ରିୟଲିଟି, ହେଲଥ୍‌ କେୟାର, କଞ୍ଜ୍ୟୁମର ଡ୍ୟୁରେବଲ ସେକ୍ଟର ହ୍ରାସ ପାଇଥିବା ବେଳେ ବ୍ୟାଙ୍କିଂ ସେକ୍ଟରରେ ଜବରଦସ୍ତ କାରବାର ହୋଇଛି । ବୃଦ୍ଧିପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲ୍‌ ଆଣ୍ଡ ଟି, ଏନଟିପିସି, ଆଇଟିସି, ଅଲଟ୍ରାଟେକ୍‌ ସିମେଣ୍ଟ, ଟାଟା ଷ୍ଟିଲ, ଏସବିଆଇ, ମାରୁତି ସୁଜୁକି, ଟିସିଏସ୍‌, ଆଇସିଆଇସିଆଇ ବ୍ୟାଙ୍କ, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଗ୍ରୀନ୍‌ ଏନର୍ଜି, ଆଦାନୀ ପୋର୍ଟସ୍‌ ସମେତ ଆଉ କିଛି କମ୍ପାନୀ । ସେହିଭଳି ଇଣ୍ଡସ୍‌ ଟାଓ୍ବାର, ବଜାଜ ଫାଇନାନ୍ସ, ହିଣ୍ଡାଲକୋ, ଇନଫୋ ଏଜ୍, ଗ୍ଲାଣ୍ଡ ଫାର୍ମା, ବାୟୋକନ୍, ଟେକ୍‌ ମହିନ୍ଦ୍ରା, ଜାଇଡସ୍, ଇନଫୋସିସ୍, ଡାବର ଇଣ୍ଡିଆ, ପେଟିଏମ୍, ବେଦାନ୍ତ ସମେତ ଆଉ କିଛି କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର