ନୂଆଦିଲ୍ଲୀ,୨।୧୨: ଘରୋଇ ସେୟାର ବଜାରରେ ମଙ୍ଗଳବାର ଦେଖିବାକୁ ମିଳିଛି ହ୍ରାସ। ଲଗାତାର ସପ୍ତାହର ଦ୍ବିତୀୟ ଦିନରେ ଏହା ଜାରି ରହିଛି। ବଜାରରେ ବିଦେଶୀ ନିବେଶଙ୍କ ଲାଭ ଦେଖିବାକୁ ମିଳିଛି। ମଙ୍ଗଳବାର ନିଫ୍ଟିର ଓ୍ବିକଲି ଏକ୍ସପାଏରୀ ଡେ ନିଫ୍ଟି ୧୪୩ ପଏଣ୍ଟ ହ୍ରାସ ପାଇ ୨୬୦୩୨ ଓ ସେନସେକ୍ସ ହ୍ରାସ ପାଇଁ ୮୫୧୩୮ ପଏଣ୍ଟରେ ବନ୍ଦ ହୋଇଛି। ସେନସେକ୍ସର ଟପ୍-୩୦ ରୁ ୧୦ ଷ୍ଟକ୍ ଗ୍ରୀନ୍ ସିଗନାଲ ଓ ୨୦ଟି ଷ୍ଟକ୍ ରେଡ୍ ସିଗାନଲରେ ବନ୍ଦ ହୋଇଛି। ଆଜି ସକାଳେ ନିଫ୍ଟି ୮୭ ପଏଣ୍ଟ ହ୍ରାସ ପାଇଁ ୨୬୦୮୮ ପଏଣ୍ଟ ଓ ସେନସେକ୍ସ ୩୧୬ ପଏଣ୍ଟ ହ୍ରାସ ପାଇ ୮୫୩୨୫ ରେ ଖୋଲିଥିଲା। ସୋମବାର ନିଫ୍ଟି ୨୬୩୨୫ ପଏଣ୍ଟ ରହିଥିଲା।

ଆଜି ସେନସେକ୍ସର ଟପ୍ -୩୦ ଷ୍ଟକ୍ରେ ଏସିଆନ୍ ପେଣ୍ଟସ୍ରେ ସାଢେ ତିନି ପ୍ରତିଶତର ସବୁଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ସେଭଳି ଆକ୍ସିସ୍ ବ୍ୟାଙ୍କରେ ଦେଢ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଏହାଛଡା ମାରୁତି, ଭାରତୀ ଏୟାରଟେଲ୍ ଓ ବାଜାଜ ଫାଇନାନ୍ସ ଗ୍ରୀନ୍ ସିଗନାଲରେ ବନ୍ଦ ହୋଇଛି। ସେଭଳି ରିଲାୟନ୍ସ, ଆଇସିଆଇସିଆଇ ବ୍ୟାଙ୍କ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ରେଡ୍ ସିଗନାଲରେ ବନ୍ଦ ହୋଇଛି।

ବଜାର ପାଇଁ ବର୍ତ୍ତମାନ ଜରୁରୀ ହେଉଛି ଚଳିତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଓ ଆଗାମୀ ସପ୍ତାହରେ ଫେଡରାଲ ରିଜର୍ଭ ତରଫରୁ ମନିଟରି ପଲିସିର ଘୋଷଣା କରାଯିବ। ଦୁଇଟି ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ରେଟ୍ କଟ୍ର ଆଶା ରହିଛି। ତାହା ଛଡା ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିଛି। ବିଦେଶୀ ସଂସ୍ଥାଗତ ନିବେଶକ ((FIIs)ର କିଣାବିକା ମଧ୍ୟ ଲଗାତାର ରହି ରହି ହେଉଛି। କ୍ରିଫ୍ଟୋ କରେନ୍ସି ଉପରେ ଚାପ ଜାରି ରହିଛି, ଯାହାକି ଇକ୍ବିଟି ସେଣ୍ଟିମେଣ୍ଟକୁ ଦୁର୍ବଳ କରୁଛି। ସେଭଳି ଟେକ୍ନିକାଲ ଆଧାରରେ ବଜାର ପାଇଁ ୨୬୧୦୦-୨୬୦୦୦ରେଞ୍ଜରେ ଗୁରୁତ୍ବପୂର୍ଣ୍ଣ ସପୋର୍ଟ ଦେଖିବାକୁ ମିଳିଛି।

ଆଜିର ଟପ୍ ଗେନର୍ସ:

-ଏସିଆନ୍ ପେଣ୍ଟସ୍

-ମାରୁତି

-ଭାରତୀ ଏୟାରଟେଲ୍

-ହିନ୍ଦୁସ୍ତାନ ୟୁନିଲିଭର

-ଏନଟିପିସି

ଆଜିର ଟପ୍ ଲୁଜର୍ସ :

-ଆକ୍ସିସ୍ ବ୍ୟାଙ୍କ

-ଏଚଡିଏଫ୍‌ସି ବ୍ୟାଙ୍କ

-ରିଲାୟନ୍ସ

-ଆଇସିଆଇସିଆଇ ବ୍ୟାଙ୍କ

-ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍

ସେକ୍ଟରାଲ୍ ଇଣ୍ଡେକ୍ସ ବିଷୟରେ ଯଦି କଥା ହେବା ତେବେ ମିଡ୍-କ୍ୟାପ୍, ସ୍ମଲ୍-କ୍ୟାପ୍ ଏବଂ ଲାର୍ଜ-କ୍ୟାପ୍ ଷ୍ଟକ୍ ପାଇଁ ହ୍ରାସ ଦେଖିବାକୁ ମିଳିଥିଲା। ତିନୋଟି ସୂଚକାଙ୍କ ରେଡ୍ ସିଗନାଲରେ ବନ୍ଦ ହୋଇଥିଲା। ଅଟୋ ସେକ୍ଟରରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିଲା, ଯାହା ୩୯ ପଏଣ୍ଟ ବୃଦ୍ଧି ସହିତ ବନ୍ଦ ହୋଇଥିଲା। ବ୍ୟାଙ୍କିଂ ସେକ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଯାଇଥିଲା, ଯାହା ୪୯୮.୫୬ ପଏଣ୍ଟ ହ୍ରାସ ସହିତ ବନ୍ଦ ହୋଇଥିଲା।