ନୂଆଦିଲ୍ଲୀ,୨୫।୯: ନିକଟରେ ଭାରତ-ପାକିସ୍ତାନ ଭିତରେ ଖେଳା ଯାଇଥିବା ଟି-୨୦ ଏସିଆ କପ୍ ମ୍ୟାଚ୍ ପରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଖେଳର ଭାବନାକୁ ରାଜନୀତି ଓ ସାମରିକ ସଂଘର୍ଷଠାରୁ ଅଲଗା ରଖିବା ଦରକାର। ଭାରତ ଓ ପାକିସ୍ତାନ ଭିତରେ ହୋଇଥିବା ଏହି ମୁକାବିଲା ପରେ ଭାରତୀୟ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଓ ତାଙ୍କ ସାଥୀ ବ୍ୟାଟର ଶିବମ ଦୁବେ ହାତ ନମିଳାଇ ବାହାରକୁ ଚାଲିଯାଇଥିଲ। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ।
ଥରୁର କହିଛନ୍ତି, ମୋର ବ୍ୟକ୍ତିଗତ ମତରେ ଯଦି ଆମର ପାକିସ୍ତାନ ପ୍ରତି ଏତେ ଆପତ୍ତି ରହିଛି, ତେବେ ଖେଳିବା ଉଚିତ ନୁହେଁ। କିନ୍ତୁ ଥରେ ଖେଳିବାର ନିଷ୍ପତ୍ତି ହୋଇଗଲେ, ଖେଳର ଭାବନା ସହ ଖେଳିବା ଦରକାର। ଭାରତୀୟ ଖେଳାଳିଙ୍କୁ ପାକ୍ କ୍ରିକେଟରଙ୍କ ସହ ହାତ ମିଳାଇବାର ଥିଲା। ଏହି ପରମ୍ପରାକୁ ପୂର୍ବରୁ ମଧ୍ୟ ପାଳନ କରାଯାଇଛି।
କଂଗ୍ରେସ ସାଂସଦ ୧୯୯୯ ବିଶ୍ବକପ୍ କଥା ମନେପକାଇଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନର ମୁକାବିଲା କାର୍ଗିଲ ଯୁଦ୍ଧର ପୃଷ୍ଠଭୂମିରେ ହୋଇତିଲା। ଏହି ସମୟରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଲଢେଇ ହୋଇଥିଲା। ସ୍ଥିତି ଏତେ ବିବାଦୀୟ ଥିଲା କିନ୍ତୁ ମଞ୍ଚେଷ୍ଟରରେ ଖେଳା ଯାଇଥିବା ମ୍ୟାଚ୍ ଶେଷରେ ଖେଳାଳିମାନେ ହାତ ମିଳାଇ ଖେଳର ଭାବନା ଦେଖିଥିଲା। ଥରୁର କହିଛନ୍ତି, ତାହା ଥିଲା ସାହାସ ଓ ପରିପକ୍ବତ ଉଦାହରଣ। ଯଦି ପ୍ରଥମ ଥର ଭାରତୀୟ ଖେଳାଳିଙ୍କ ବ୍ୟବହାର ପାକିସ୍ତାନୀ ଖେଳାଳିଙ୍କୁ ଭଲ ଲାଗିଲାନି,ତେବେ ଦ୍ବିତୀୟ ଥର ସେଭଳି କରିବା ଠିକ୍ ହେଲାନି।’