ନୂଆଦିଲ୍ଲୀ : ଇଂଲଣ୍ଡରେ ମହିଳା ଜେଲ୍ ଅଧିକାରୀଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ହୋଇଛି। ହେଲେ ଏତେ ସବୁ ମହିଳାଅଧିକାରୀମାନେ ଏହି ହିଂସକ ଅପରାଧିଙ୍କ ପ୍ରେମରେ କେମିତି ପଡ଼ି ଯାଉଛନ୍ତି,ଯାହାଙ୍କର ସୁରକ୍ଷା ପାଇଁ ସେମାନଙ୍କୁ ଦରମା ମିଳୁଛି ? ଏବେ ଏମିତି ହିଁ ଆଉ ଜଣେ ମହିଳା ଜେଲରଙ୍କ ଉପରେ ଅଭିଯୋଗ ଆସିଛି ,ଯାହାଙ୍କ ବୟସ କେବଳ ୧୯ ବର୍ଷ ବୟସ।
ଡେଲି ମେଲ୍ର ରିପୋର୍ଟ ମୁତାବିକ,ଗତ ସୋମବାର ନର୍ଥମ୍ପଟନସାୟରର ଏକ କୋର୍ଟରେ ଏଲିସିଆ ନୋଭାସ ନାମକ ଜଣେ ଯୁବତୀ ନିଜ ଅପରାଧ ସ୍ୱୀକାର କରିଥିଲେ। ନୋଭାସ ଜଣେ ୧୯ ବର୍ଷିୟା ପୂର୍ବତନ ଜେଲର। ଯିଏକି ଗତବର୍ଷ ବୋଲିଙ୍ଗବୋରୋ ନିକଟରେ ଏଚଏମପି ଫାଇଭ୍ ୱେଲ୍ସରେ ଜଣେ କଏଦୀ ସହ ସମ୍ୱନ୍ଧ ରଖିବା ଓ ରୋମାଣ୍ଟିକ୍ ସଂପର୍କ ରଖିଥିବା କଥା ସ୍ୱୀକାର କରିଥିଲେ।
ନୋଭାସ ଗତ ବର୍ଷ ଶ୍ରେଣୀ ସି ର ଫାଇଭ୍ ୱେଲ୍ସ ଜଲ୍ରେ ନିଜର କାର୍ଯ୍ୟ ଆରମ୍ଭ କରିବାର କିଛି ମାସ ପରେ ୩୦ ବର୍ଷିୟ କଏଦୀ ଡେକଲନ ୱିଙ୍କଲେସ ସହ ଚାରି ମାସ ଯାଏ ସମ୍ୱନ୍ଧ ରଖିଥିଲେ, ଯିଏ ଲିସେଷ୍ଟରଶାୟରରେ ଅନେକ ଡକାୟତିରେ ସାମିଲ ହେବା ପାଇଁ ୧୧ ବର୍ଷର ସଜା କାଟୁ ଥିଲେ।
ନାର୍ଥମ୍ପଟନ କ୍ରାଉନ୍ କୋର୍ଟକୁ କୁହାଯାଇଛି ଯେ, ନୋଭାସ ,ବିଙ୍କଲେସ ପାଇଁ ଜେଲ୍ରେ ଗଞ୍ଜେଇ ଓ ଏକ ମୋବାଇଲ ଫୋନ୍ର ତସ୍କରୀ କରି ଥିଲେ ଏବଂ ତାକୁ ନିଜର ଫୋନ୍ ନମ୍ୱର ଦେଇଥିଲେ। ତା ସହ ଶାରୀରିକ ସଂପର୍କ ମଧ୍ୟ ରଖି ଥିଲେ।
ନର୍ଥମ୍ପଟନସାୟରର ରାଉଣ୍ଡସରେ ରହୁଥିବା ନୋଭାସଙ୍କୁ ସାର୍ବଜନିକ ପଦରେ ଦୁର୍ବ୍ୟବହାରର ଦୁଇଟି ଅପରାଧ ଜେଲ୍ ଅଧିକାରୀ ଭାବେ ନିଜର କାର୍ଯ୍ୟକାଳ ସମ୍ୱନ୍ଧିତ ଆଉ ଚାରୋଟି ଅପରାଧରେ ଦୋଷୀ କରଯିବା ପରେ ହେପାଜତକୁ ପଠାଯାଇଛି। ତାଙ୍କୁ ଜାନୁଆରୀରେ ସଜା ଶୁଣାଯିବ।