ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଶେଫାଳିଙ୍କ 'କାଣ୍ଟା ଲଗା' ବିରୋଧରେ ଥିଲେ ବାପା; ମିଳିଥିଲା ମାତ୍ର ୭ ହଜାର ଟଙ୍କା

Published By : Ankita S | June 29, 2025 3:18 PM

ମୁମ୍ବାଇ,୨୯/୦୬: ମାତ୍ର ୪୨ ବର୍ଷରେ ମଡ଼େଲ ତଥା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କର ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଛି । ଶେଫାଳିଙ୍କୁ ବଲିଉଡ଼ ମିଜ୍ୟୁକ୍ ଭିଡ଼ିଓ 'କାଣ୍ଟା ଲଗା' ଗୀତରୁ ପରିଚୟ ମିଳିଥିଲା । ରାତାରାତି ଷ୍ଟାର ପାଲଟିଥିଲେ ଶେଫାଳି । ହେଲେ ଆପଣ କ'ଣ ଜାଣନ୍ତି ଯେ ଶେଫାଳିଙ୍କ ବାପା ଏହି ଗୀତର ବିରୋଧୀରେ ଥିଲେ । ସେ ଚାହୁଁ ନଥିଲେ ଯେ ଶେଫାଳି 'କାଣ୍ଟା ଲଗା' ଗୀତରେ ଅଭିନୟ କରନ୍ତୁ । ବାପାଙ୍କ ବିରୋଧରେ ଯାଇ ବି ସେ ଷ୍ଟାର ପାଲଟିଥିଲେ ।

ଏକ ସାକ୍ଷତକାରରେ ଶେଫାଳି କହିଥିଲେ ଯେ, ତାଙ୍କ ବାପା ତାଙ୍କୁ ଏପରି ଗୀତରେ ଅଭିନୟ କରିବାକୁ ଚାହୁଁ ନଥିଲେ । ଯେଉଁଥିରେ ସେ ବୋଲ୍ଡ ପୋଷାକ ପିନ୍ଧିବେ ଏବଂ ଡିସ୍କୋଥେକ୍ ଯିବେ । ତାଙ୍କ ବାପା ଚାହୁଁଥିଲେ ଯେ ସେ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ, କିନ୍ତୁ ଶେଫାଳି ଏହି ଗୀତ କରିବାକୁ ଚାହୁଁଥିଲେ । ସେ ଟିଭିରେ ଦେଖାଯିବାକୁ ଚାହୁଁଥିଲେ । ଏହି ଗୀତ ପାଇଁ ଶେଫାଳି ଜରିୱାଲାଙ୍କୁ ୭ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା ।

ଅଧିକ ପଢନ୍ତୁ...ଆଣ୍ଟି ଏଜିଂ ମେଡିସିନ୍ ଖାଉଥିଲେ କି କାଣ୍ଟା ଲାଗା ଗାର୍ଲ !

ଶେଫାଳି କହିଥିଲେ, "ମୋ ବାପା ଏହି ଗୀତ ବିରୋଧରେ ଥିଲେ । ତେଣୁ ପ୍ରଥମେ ମୁଁ ମୋ ମାଆଙ୍କୁ ବୁଝାଇଲି ଏବଂ ପରେ ମୁଁ ଏବଂ ମୋ ମାଆ ବାପାଙ୍କୁ ବୁଝାଇଲୁ । ଏହି ଗୀତ ସହିତ ମୋ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା ।

କହି ରଖୁଛି କି, ଶୁକ୍ରବାର ବିଳମ୍ବିତ ରାତିରେ ଶେଫାଳିଙ୍କର ପରଲୋକ ହୋଇଥିଲା । ମାତ୍ର ୪୨ ବର୍ଷରେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ଅକାଳ ବିୟୋଗରେ ଏଣ୍ଟରଟେନମେଣ୍ଟ ଜଗତରେ ଶୋକର ଛାୟା ଖେଳିଯାଇଥିଲା । କୁହାଯାଉଛି କି ଶେଫାଳି ଆଣ୍ଟି ଏଜିଂ ମେଡିସିନ ଖାଉଥିଲେ । ଏହା ତାଙ୍କ ହାର୍ଟ ଉପରେ ପ୍ରଭାବ ପକାଇଥାଇପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.