ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଆତଙ୍କବାଦ ବିରୋଧରେ ମନମୋହନଙ୍କ ଆଭିମୁଖ୍ୟ ମୋଦିଙ୍କ ଭଳି କଡ଼ା ନଥିଲା: ଶିଲା ଦୀକ୍ଷିତ

ନୂଆଦିଲ୍ଲୀ,୧୪।୩:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀର କଂଗ୍ରେସ ନେତା ଶିଲା ଦୀକ୍ଷିତ ଲୋକସଭା ନିର୍ବାଚନ ପୂର୍ବରୁ ବଡଧରଣର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଆଭିମୁଖ୍ୟ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଏତେ କଡା ନଥିଲା। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଆଜି ଏହା ସ୍ବୀକାର କରିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତିକ୍ରିୟା ପୁଲଓ୍ବାମ ଆତଙ୍କବାଦୀ ଆକ୍ରମଣ ପରେ ମୋଦିଙ୍କ ଭଳି ମଜବୁତ ଓ ଦୃଢ ନଥିଲା।

wp:html /wp:html

ଏହାପରେ ଶିଲା ଟ୍ବିଟ୍ କରିଛନ୍ତି ଯେ, ସାକ୍ଷାତକାର ସମୟରେ ମୋର ମନ୍ତବ୍ୟକୁ କିଛି ଗଣମାଧ୍ୟମ ଭିନ୍ନ ଭାବରେ ଉପସ୍ଥାପନା କରିବାକୁ ଚେଷ୍ଟା କରୁଛନ୍ତି। କିଛି ଲୋକଙ୍କୁ ଲାଗିପାରେ ଆତଙ୍କବାଦ ବିରୋଧରେ ମୋଦିଙ୍କ ଆଭିମୁଖ୍ୟ କଡା, କିନ୍ତୁ ମୋତେ ଲାଗେ ସେ ରାଜନୈତିକ ଲାଭ ଉଠାଇବା ପାଇଁ ସେ ଏଭଳି କରନ୍ତି। ଏହି ବୟାନକୁ ନେଇ ଶିଲା ଦୀକ୍ଷିତ କହିଛନ୍ତି ଯଦି ମୋର କଥାକୁ ଭିନ୍ନ ଭାବରେ ଉପସ୍ଥାପନ କରାଯାଉଛି, ତେବେ ଏଥିରେ ମୋର କିଛି କହିବାର ନାହିଁ।

wp:html /wp:html

ଉଲ୍ଳେଖନୀୟ ଯେ ଶିଲା ଦୀକ୍ଷିତ ଏକ ସାକ୍ଷତକାର ସମୟରେ କହିଥିଲେ, ଦେଖନ୍ତୁ ମୁଁ ଏଥିରେ ସହମତ ଯେ ମନମୋହନ ସିଂହ ସେତେ ଶକ୍ତ ନଥିଲେ, ଏବେ ଯେଉଁଭଳି ମୋଦି ଅଛନ୍ତି। କିନ୍ତୁ ମୋତେ ଳାଗୁଛି ସେ ଏସବୁ ରାଜନୀତି ପାଇଁ କରୁଛନ୍ତି। ଶିଲା ଏହି ବୟାନ ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଦେଇଛନ୍ତି। ଉଲ୍ଳେଖନୀୟ ଯେ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଗତ ୨୬ ଫେବୃଆରୀରେ ବାଲକୋଟ ସ୍ଥିତ  ଜୈଶ-ଇ-ମହମ୍ମଦର ଆତଙ୍କୀ ଶିବିରରେ ବାୟସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାର କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.