ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏହି ୪ ଜଣଙ୍କୁ ଗ୍ୟାଙ୍ଗ୍ଷ୍ଟାର୍ କହିଲେ ଶେଖର ସୁମନ, ଟ୍ୱିଟ୍ କରି ଲେଖିଲେ ଏମିତି କିଛି

opoyi
ନୂଆଦିଲ୍ଲୀ ୩୧/୦୩: ବଲିଉଡ୍ ଗ୍ୟାଙ୍ଗ ବିରୋଧରେ ଜଣଙ୍କ ପରେ ଜଣେ ଭେଟେରାନ କଳାକାର ବିବୃତ୍ତି ଦେଉଛନ୍ତି ନିକଟରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ବିରୋଧରେ ବୟାନ ଦେଇଥିଲେ। ସେ କହିଥିଲେ ଯେ ବଲିଉଡର କିଛି ଲୋକ ତାଙ୍କୁ କର୍ଣ୍ଣର କରିବାକୁ ଚେଷ୍ଟା କରୁଥିଲେ। ତାଙ୍କୁ କାମ ଦେଉନଥିଲେ, ତେଣୁ ସେ ଆମେରିକା ଯିବାକୁ ସ୍ଥିର କଲେ। ତା’ପରେ ଗାୟକ ଅମାଲ ମଲିକ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଖୁଲାସା କରିଥିଲେ। ବର୍ତ୍ତମାନ ଅଭିନେତା ଶେଖର ସୁମନ ଟ୍ୱିଟରରେ କିଛି ବଲିଉଡ ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଟ୍ୱିଟରରେ ଏହି ପୋଷ୍ଟକୁ ଶେଖର ସୁମନ ଲେଖିଛନ୍ତି, “ମୁଁ ଇଣ୍ଡଷ୍ଟ୍ରିରେ ଅତି କମରେ ୪ ଜଣଙ୍କୁ ଜାଣିଛି, ଯେଉଁମାନେ ମୋତେ ଏବଂ ମୋ ପୁଅ ଅଧ୍ୟୟନଙ୍କୁ ଅନେକ ପ୍ରୋଜେକ୍ଟରୁ ହଟାଇବା ପାଇଁ ଗ୍ୟାଙ୍ଗ କରିଛନ୍ତି। ମୁଁ ସେମାନଙ୍କୁ ନିଶ୍ଚିତ ଭାବେ ଜାଣିଛି। ଏହି ‘ଗ୍ୟାଙ୍ଗଷ୍ଟର’ ବହୁତ ଶକ୍ତିଶାଳୀ। ସେମାନେ ସାପ ଅପେକ୍ଷା ଅଧିକ ବିପଜ୍ଜନକ। ସତ୍ୟ ଏହା ହେଉଛି ଯେ ସେମାନେ ବାଧା ସୃଷ୍ଟି କରିପାରନ୍ତି, କିନ୍ତୁ ଆମକୁ ଅଟକାଇ ପାରିବେ ନାହିଁ।”
I know of atleast 4ppl in the industry who have ganged up to have me n adhyayan removed from many projects.i know it for sure.These 'gangsters' have a lot of clout and they are more dangerous than a rattle snake.But the truth is they can create hurdles but they cannot stop us.
— Shekhar Suman (@shekharsuman7) March 30, 2023
ଶେଖର ସୁମନ ୩୯ ବର୍ଷ ପୂର୍ବେ ଫିଲ୍ମ ‘ଉତ୍ସବ’ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ। ‘ଦେଖ ଭାଇ ଦେଖ’, ‘ମୁଭର୍ସ ଆଣ୍ଡ ଶେକର୍ସ’ ଏବଂ ‘ୱାହ ଜନାବ’ ଭଳି ହିଟ୍ ଟିଭି ଶୋ’ରେ ମଧ୍ୟ ଅଭିନୟ କରିଥିଲେ।