‘ ମୋ ସ୍ୱାମୀଙ୍କୁ ଆଣି ଦିଅ ‘ : ପତିଙ୍କ ନିଖୋଜ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଶେଖର ସୁମନଙ୍କ ଭଉଣୀ

ମୁମ୍ୱାଇ – ବଲିଉଡ୍ ଅଭିନେତା ଶେଖର ସୁମନଙ୍କ ଭିଣୋଇ ନିଖୋଜ ଅଛନ୍ତି । ଗତ ୨୨ ଦିନ ହେବ ତାଙ୍କର ବିଷୟରେ କୌଣସି ସୂଚନା ମିଳୁନାହିଁ । ଏହି କାରଣରୁ ତାଙ୍କର ପୂରା ପରିବାର ବହୁତ ଚିନ୍ତାରେ ଅଛନ୍ତି । କହି ରଖୁଛୁ କି , ଗତ ଦିନରେ ଏନଏମସିଏଚର ଜଣେ ଡାକ୍ତର ପାଟଣାରୁ ଗାଏବ ହୋଇ ଯାଇଥିଲେ । ଏହି ଡାକ୍ତର ଜଣଙ୍କ ଆଉ କେହି ନୁହଁନ୍ତି , ସେ ଶେଖର ସୁମନଙ୍କ ଭଉଣୀଙ୍କର ସ୍ୱାମୀ । ଚିନ୍ତିତ ଶେଖର ସୁମନ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ଏତିକି ନୁହେଁ , ସେ ଏହି ଯାଞ୍ଚର ଦାୟିତ୍ୱ ସିବିଆଇକୁ ଦେବାକୁ ଦାବି କରିଛନ୍ତି ।
ଶେଖର ସୁମନ କହିଛନ୍ତି , ସଞ୍ଜୟ କୁମାର ଜଣେ ଖୁବ୍ ସାଧା-ସିଧା ଡାକ୍ତର । ତାଙ୍କର କେହି ବି ଶତ୍ରୁ ନାହାନ୍ତି । ତାଙ୍କୁ କୌଣସି ବି କଥାର ଚିନ୍ତା ବି ନଥିଲା । ସେ ଯେଉଁ ଓଭର ବ୍ରିଜ୍ ରୁ ଗାଏବ ହୋଇଛନ୍ତି ସେହି ପୋଲ ଉପରେ ଗୋଟିଏ ବି ସିସିଟିଭି ନାହିଁ । ଯଦି ଥାଆନ୍ତା ତ ସବୁକିଛି କ୍ଲିୟର ହୋଇ ଯାଆନ୍ତା । ବୁଝା ପଡ଼ୁନି ଡାକ୍ତର ସଞ୍ଜୟଙ୍କ ସହ ସେହି ଓଭର ବ୍ରିଜ୍ ଉପରେ କଣ ଘଟିଛି। ମୁଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଡେପୁଟୀ ସିଏମ୍ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଭେଟିବି । ଯଦି ପୁଲିସ ମୋ ଭିଣୋଇଙ୍କ ବିଷୟରେ କୌଣସି ପତ୍ତା କରି ପାରୁ ନାହିଁ ତ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି କି ବାହାର ଏଜେନ୍ସି ସିବିଆଇକୁ ଏଥିରେ ସାମିଲ କରନ୍ତୁ । ଯାହାକି ମୋ ଭଉଣୀଙ୍କ ବିଷୟର କିଛି ଜାଣି ହେବ ।
ଶେଖର ସୁମନ କହିଛନ୍ତି , ସ୍ୱାମୀ ହଠାତ୍ ଗାଏବ ହୋଇ ଯିବା କାରଣରୁ , ତାଙ୍କର ଭଉଣୀ ଖୁବ୍ ଚିନ୍ତାରେ ଅଛନ୍ତି । ମୁଁ କାଲି ରାତିରେ ଯେବେ ତାଙ୍କୁ ଭେଟିବାକୁ ପହଞ୍ଚିଲି ସେ ମୋତେ ଧରି କାନ୍ଦିବାକୁ ଲାଗିଲେ । ମୋ ପତିଙ୍କୁ ଆଣି ଦିଅ , କହି ଖାଲି କାନ୍ଦିଲେ । ଆଜି ବିହାର ଦିବସ । ବିହାର ତ ବଦଳି ଯାଇଛି, ହେଲେ ସିଷ୍ଟମ ଏବେ ବି ଦୁର୍ବଳ ।