PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

‘୬ ମାସରେ ଭୁଶୁଡ଼ିପଡ଼ିବ ସିନ୍ଦେ ସରକାର’; ଏନସିପି ନେତାଙ୍କୁ ଶରଦ ପାଓ୍ବାରଙ୍କ ନିର୍ଦ୍ଦେଶ, ସାନି ମତଦାନ ପାଇଁ ପ୍ରସ୍ତୁତ ରୁହ

Image Courtesy : India Today

ମୁମ୍ବାଇ,୦୪/୦୭: ମହାରାଷ୍ଟ୍ରରେ ସରଗରମ ହୋଇଛି ରାଜନୀତି। ରାଜନୈତିକ ଛକାପଞ୍ଝା ଭିତରେ ମେଣ୍ଟ ସରକାର ଗଠନ କରି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡ଼ନାଭିସ୍‌ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏବେ ରାଜନୈତିକ ବୟାନବାଜି ଜୋର୍ ଧରିଛି। ଏକନାଥ ସିନ୍ଦେଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ଶରଦ ପାଓ୍ବାର। ଏହାସହ ସିନ୍ଦେ ସରକାର ୬ ମାସରୁ ଅଧିକ ସମୟ ତିଷ୍ଠି ପାରିବ ନାହିଁ ବୋଲି ଶରଦ କହିଛନ୍ତି। କେବଳ ଏତିକି ନୁହେଁ ଏଇ ଛଅ ମାସ ଭିତରେ ମେଣ୍ଟ ସରକାର ଭାଙ୍ଗିଯାଇ ସାନି ନିର୍ବେଚନ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଏନସିପିର ସମସ୍ତ ଦଳୀୟ କର୍ମୀ  ପ୍ରସ୍ତୁତ ରହିବାକୁ ଶରଦ ପରାମର୍ଶ ଦେଇଛନ୍ତି।

ଏନସିପି ମୁଖିଆ ଶରଦ ପାଓ୍ୱାର ଜଣେ ବିଧାୟକଙ୍କୁ କହିଛନ୍ତି ଯେ, ସେ ଏନସିପି ସମେତ ଅନ୍ୟ ସହଯୋଗୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ଗଠନ ହୋଇଥିବା ସରକାର ୬ ମାସରେ ଭାଙ୍ଗିଯାଇପାରେ। ସମସ୍ତ ଏନସିପି କର୍ମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଦରକାର ବୋଲି ଶରଦ କହିଛନ୍ତି। ସିନ୍ଦେଙ୍କୁ ସମର୍ଥନ କରିଥିବା ଅନେକ ବିଦ୍ରୋହୀ ବିଧାୟକ ଏବେବି ଅସନ୍ତୁଷ୍ଟ ଥିବା କହିଛନ୍ତି ଶରଦ। ମନ୍ତ୍ରୀମଣ୍ଡଳ ବାଣ୍ଟିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମର୍ଥନ ପ୍ରତ୍ୟାହାର କରିନେଇପାରନ୍ତି ବୋଲି ଆଶା ରଖିଛନ୍ତି ଶରଦ। 

ସୂଚନାଅନୁସାରେ, ମହାରାଷ୍ଟ୍ରରେ ଶିବସେନା ଦୁଇଟି ଗୋଷ୍ଠୀରେ ବାଣ୍ଟି ହୋଇ ରହିଛି । ତେଣୁ ମହାବିକାଶ ଅଘାଡି ସରକାର ଭାଙ୍ଗିବା ସହ ସିଏମ ଉଦ୍ଧବ ଠାକରେ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ଓ ବିଦ୍ରୋହୀ ବିଧାୟକ ମେଣ୍ଟ କରି ସରକାର ଗଠନ କରିଥିଲେ। ଫଳରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଅନ୍ୟଦିଗରେ ଦେବେନ୍ଦ୍ର ପଡ଼ନାଭିସ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ।