ନୂଆଦିଲ୍ଳୀ,୯।୪: ଆମେରିକା-ଇରାନ ଭିତରେ ଅସ୍ତ୍ରବିରତି ଘୋଷଣା ପୂର୍ବରୁ ପାରସ୍ୟ ଉପସାଗରରେ୧୬ଟି ଭାରତୀୟ ଜାହାଜ ଥିବାର ଜଣାପଡିଛି। ଅସ୍ତ୍ରବିରତି ପରେ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରିବା ପରେ ହରମୁଜ୍ ପ୍ରଣାଳୀକୁ ପୁଣି ଥରେ ଖୋଲିବାର ଆଶା ଧୂଳିସାତ୍ ହୋଇଛି। ଏଭଳି ସମୟରେ ଭାରତର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କତର ଯିବାର ଯୋଜନା କରିଛନ୍ତି। ସେ ଗୁରୁବାର ଏବଂ ଶୁକ୍ରବାର କତରରେ ରହିବେ। ପଶ୍ଚିମ ଏସିଆ ସଙ୍କଟ କାରଣରୁ ସାରା ବିଶ୍ବରେ ତୈଳ ଏବଂ ଗ୍ୟାସ୍ର ୨୦% ସପ୍ଲାଇ ବନ୍ଦ ହୋଇଛି। ସରକାରୀ ସୁତ୍ର ଅନୁସାରେ, ନିଜର କତର ଯାତ୍ରା ବେଳେ ହରଦୀପ ପୁରୀ ଶକ୍ତି କ୍ଷେତ୍ର ସହିତ ଜଡିତ ଅଧିକାରୀଙ୍କ ସହ ଆଲୋଚନ କରିବେ। ଏହାର ସପ୍ଲାଇ ସୁନିଶ୍ଚିତ କରିବାର ସମ୍ଭାବନା ଖୋଜାଯିବ। ଯେଉଁଥିରେ ଏବେ ଅଧିକ ପ୍ରତିବନ୍ଧକ ସୃଷ୍ଟି ହେଉଛି।
ଶକ୍ତି ସ୍ରୋତ ଉପରେ ଇରାନର ଆକ୍ରମଣ ଦ୍ବାରା ଉତ୍ପାଦନ ପ୍ରଭାବିତ
- ଭାରତରେ ଏଲଏନ୍ଜିର ସବୁଠାରୁ ବଡ଼ ସପ୍ଲାୟର ହେଉଛି କତର।
-୨୮ ଫେବୃଆରୀରେ ପଶ୍ଚିମ ଏସିଆରେ ସଙ୍କଟ ଆରମ୍ଭ ହେବା ପୂର୍ବରୁ ଭାରତର ମୋଟ ଏଲ୍ଏନ୍ଜି ଉତ୍ପାଦନ ୪୫% ସେଠାରୁ ଆସୁଥିଲା।
-ଭାରତ ନିଜର ଆବବଶ୍ୟକୀୟ ଏଲଏନ୍ଜି ଘରେ ଉତ୍ପାଦିତ କରିଥାଏ।
-କିନ୍ତୁ ୫୦% ପାଇଁ ବିଦେଶୀ ସ୍ରୋତ ଉପରେ ନିର୍ଭର କରିବାକୁ ପଡିଥାଏ।
-ମାର୍ଚ୍ଚରେ କତରର ସବୁଠାରୁ ବଡ ଶକ୍ତିର ସ୍ରୋତ (ରାସ୍ ଲାଫନ୍ ଫାସିଲିଟି) ଉପରେ ଆକ୍ରମଣ କରିଥିଲା, ଯାହାଦ୍ବାରା ତାକୁ ବହୁତ କ୍ଷତିର ସାମନା କରିବାକୁ ପଡିଥିଲା।
-ବିଶେଷଜ୍ଞଙ୍କ ମତରେ କତରର ଯେତିକି କ୍ଷତି ହୋଇଛି, ତାକୁ ଠିକ୍ ହେବାରେ କିଛି ମାସ ଲାଗିପାରେ।
ଅସ୍ତ୍ରବିରତିରୁ ସୃଷ୍ଟି ହୋଇଥିବା ସ୍ଥିତିକୁ ଦେଖି ପଦକ୍ଷେପ
-ହରଦୀପ ପୁରୀଙ୍କ ଯାତ୍ରାର ଘୋଷଣା ସେତେବେଳେ ହୋଇଥିଲା, ଯେତେବେଳେ ଇରାନ ଓ ଆମେରିକା ଭିତରେ ଦୁଇ ସପ୍ତାହ ହେବ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।
-ବ୍ଳୁମବର୍ଗର ରିପୋର୍ଟ ଅନୁସାରେ,ଏବେ ସୁଯୋଗ ଦେଖି କତର ଦୁନିଆର ସବୁଠାରୁ ବଡ଼ ଏଲଲନ୍ଜି ଏକ୍ସପୋର୍ଟ ପ୍ଲାଣ୍ଟର ମରାପତି କରିବା ଓ ପରେ ସେଠାରୁ ଉତ୍ପାଦନ କରିବା ପାଇଁ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ଏକାଠି କରିବା ଆରମ୍ଭ କରିଛି।
- ହରଦୀପ ପୁରୀ କତର ଯିବାର ଉଦେଶ୍ୟ ହେଉଛି ଯେ, ଯେତେବେଳେ ହର୍ମୁଜରୁ ଜାହାଜ ଯିବା ଆସିବ ବଢିବ, ବିନା ବିଳମ୍ବରେ ଭାରତକୁ ପୂର୍ବ ଭଳି ଏଲ୍ଏନ୍ଜି ସପ୍ଲାଇ ହେବ।