ଭୁବନେଶ୍ଵର, ୧୬/୦୩ : ଭୁବନେଶ୍ଵର ଉତ୍ତରା ଛକରେ ଛାତିଥରା ଦୁର୍ଘଟଣା। ମର୍ଣ୍ଣିଂ ୱାକ୍ ଯାଇଥିବା ବେଳେ ୨ ମହିଳାଙ୍କ ଉପରେ ଚଢିଗଲା ଦ୍ରୁତଗାମୀ କାର୍। ୨ ମହିଳାଙ୍କ ସହ କାର୍ ଭିତରୁ ଜଣେ ଛିଟିକି ପଡ଼ି ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପିପିଲି ଓ କୌଶଲ୍ୟାଗଙ୍ଗ ପୁଲିସ ଛାନଭିନ୍ କରୁଛି।

ସକାଳ ୫ ଟା ସମୟରେ ଉତରା ଅଞ୍ଚଳର ଦୁଇ ଜଣ ମହିଳା ସବୁ ଦିନ ପରି ସକାଳୁ ମଣିଙ୍ଗ ୱାର୍କ ପାଇଁ ରାସ୍ତା ରେ ଚାଲୁଥିବା ବେଳେ ଭୁବନେଶ୍ୱର ପଟୁ ପୁରୀ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା କଳା ରଙ୍ଗର କାର ଭାର ସାମ୍ୟ ହରାଇ ପିଟିଲା  । କାର ଦୃଘଟଣା ହୋଇ ରାସ୍ତା କଡ଼ କୁ ଛିଟିକି ପଡି ଥିବା ବେଳେ କାର ଭିତରେ ଥିବା ଦୁଇ ଜଣକ ଭିତରୁ ଡ୍ରାଇଭର ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ମହିଳା ଙ୍କର ମୃତ୍ୟୁ ହୋଇଛି l ପିପିଲି ପୋଲିସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପୋଲିସ ପହଁଛି ଘଟଣା ର କରୁଛି ଅଧିକ ତଦନ୍ତ।  ଦୁର୍ଘଟର ଗସ୍ତ କାର କୁ ଅଗ୍ନିସମ ବିଭାଗ ଉଦ୍ଧାର କରିଛି। ଦୁଇ ଟି ଆମ୍ବୁଲାନ୍ସ ପହଁଞ୍ଚି ସମସ୍ତ ଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନେଇ ଥିବା ବେଳେ ଘଟଣା ସ୍ଥଳରେ ଲୋକମାନଂକର ଭିଡ ଦେଖି ବାକୁ ମିଳିଥିଲା l ମୃତକ ହେଲେ ଧଉଳି ଥାନା ବସନ୍ତପୁର ଶାସନ ଗ୍ରାମର ସନ୍ତୋଷ କୁମାର ସାହୁ ଙ୍କ ଧର୍ମ ପତ୍ନୀ ବବିଲତା ସାହୁ (୬୦)  ଅନ୍ୟ ଜଣେ ହେଲେ ଯାଜପୁର ଅଧଳିଆ ଅଞ୍ଚଳର ଯଯାତି କେଶରୀ ରାଉତ ଙ୍କ ଧର୍ମ ପତ୍ନୀ ଦୀପାଞ୍ଜଳି ରାଉତ (୩୮) । ଏମାନେ ପୂବାଶାସନ ଅଂଚଳ ରେ ରହୁଥିଲେ l ତେବେ ମୃତ ଡ୍ରାଇଭରଙ୍କ ଜଣକ ହେଲେ ରାଜସ୍ଥାନର କଲାନି ଅଞ୍ଚଳର ରୋନକ । ରୋନକଙ୍କ ବାପା ପାରାଦୀପରେ ଚାକିରୀ କରିଥିବାବେଳେ ରୋନକ ଏକ ଘରୋଇ କଲେଜର ଛାତ୍ର   ପିପିଲି ଥାନାର ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଦୁର୍ଘଟଣା ଗ୍ରସ୍ତ କାର ଟିକୁ ଜବତ କରି ଅନୁସନ୍ଧାନ ଜାରି ରଖିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- SCB ନିଆଁ : ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା