ଦୋକାନରେ ଚଢାଉ, ୬୦ରୁ ଅଧିକ ମୋବାଇଲ ଜବତ, ଚୋରି ରୋକିବାକୁ ପୁଲିସର ଅଭିନବ ପ୍ରୟାସ

କୋରାପୁଟ,୨୩/୧: କୋରାପୁଟ ସହରର ସମସ୍ତ ମୋବାଇଲ ମରାମତି ଦୋକାନରେ ସୋମବାର ଟାଉନ୍ ପୁଲିସ ପକ୍ଷରୁ ଚଢାଉ କରାଯାଉଛି। ସହରରେ ଦିନକୁ ଦିନ ମୋବାଇଲ ଚୋରି ଘଟଣା ବଢୁଥିବାରୁ ଏହି ପଦକ୍ଷେପ ନିଆଯାଇଛି। କୋରାପୁଟ ଏସଡିପିଓ ମନୋଜ ପୁଝାରୀଙ୍କ ନେତୃତ୍ୱରେ ଟାଉନ୍ ଥାନା ଆଇଆଇସି ଧୀରେନ୍ ପଟ୍ଟନାୟକ ଏକ ଟିମ୍ ଗଠନ କରି ସହରର ବିଭିନ୍ନ ମୋବାଇଲ ମରାମତି ଓ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛନ୍ତି।

ଚଢ଼ାଉ ବେଳେ ସହରର ବିଭିନ୍ନ ଦୋକାନରୁ କାଗଜପତ୍ର ନଥିବା ୬୦ରୁ ଉର୍ଦ୍ଧ୍ୱ ମୋବାଇଲ ଜବତ୍ କରାଯାଇଛି । ଜବତ୍ ମୋବାଇଲର କାଗଜପତ୍ର ଦେଖାଇ ଦୋକାନୀ ମୋବାଇଲ ନେଇପାରିବେ। କୌଣସି ମୋବାଇଲ ଦାବିବାର ନଆସିଲେ କେସ ରୁଜୁ କରିବା ସହ ଉକ୍ତ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଏସଡିପିଓ ପୁଝାରୀ। ସେହିପରି ମୋବାଇଲ ଚୋରି ରୋକିବା ସହ ଚୋରି ମୋବାଇଲ ବିକ୍ରିକୁ ଏଭଳି ଚଢ଼ାଉ ଦ୍ଵାରା ନିୟନ୍ତ୍ରଣ କରାଯାଇପାରିବ ଏବଂ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସଡିପିଓ କହିଛନ୍ତି ।