ସଚେତନତା ଧର୍ମୀ କଥାବସ୍ତୁକୁ ନେଇ ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର “ବଦନି”

କୋକସରା, ୨୭/୧୧ : ଆଦିବାସୀ ବହୁଳ ଗ୍ରାମାଞ୍ଚଳର ନିଛକ କଥାବସ୍ତୁକୁ ନେଇ କାରୁଣ୍ଡ ପ୍ରଯୋଜନା ସଂସ୍ଥା ପକ୍ଷରୁ ୟୁଟ୍ୟୁବ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର “ବଦନି”। କାହାଣୀର ରଚନା ଓ ସଂଯୋଜନା ପ୍ରଶାନ୍ତ ମୁନି କରିଥିବା ବେଳେ ପ୍ରଯୋଜନା ସୁଜାତା ନାୟକ ପରିକଳ୍ପନା, ଚିତ୍ରନାଟ୍ୟ ଓ ନିର୍ଦେଶନା ପ୍ରଦୀପ.ଡି.ମାଝୀ ଦେଇଛନ୍ତି। କୋକସରା ବ୍ଲକ ଆମପାଣି ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ନୂଆପଡା, ଆମପାଣି ବୁଢ଼ାରଜା ପୀଠର ପ୍ରାକୃତିକ ପରିବେଶ ସହିତ ଗାଁର ନିରୀହ ଓ ସରଳ ମଣିଷଙ୍କ ନିତିଦିନିଆ ଜୀବନଚର୍ଯ୍ୟାକୁ ନେଇ ବଦନି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି।

“ବଦନି” କହିଲେ ଦେବାଦେବୀଙ୍କ ନିକଟରେ ମାନସିକଧାରୀଙ୍କ ସମର୍ପିତ। କଥାବସ୍ତୁକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ରର ରୂପାୟନ କରାଯାଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ବାଗ, ପ୍ରଶାନ୍ତ ମୁନି, କୁମୁଦ ଚନ୍ଦ୍ର ପୁଝାରି, ଦୟାନିଧି ନାଏକ, ବିନୋଦ ସିଂ, ଦୋଳଗୋବିନ୍ଦ ପୁଝାରି, ବିସମ ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ନକୁଳ ବାଣୁଆ, ବସନ୍ତ ବେନୁପାଣି, ନିତ୍ୟାନନ୍ଦ ମାଝୀ, ବ୍ରଜ ମୋହନ ପୁଝାରି, ଛବି ଲାଲ ପୁଝାରି, ନନ୍ଦ ମାଝୀ, କୁମ ରାଉତ ଶିଶୁ କଳାକାର ପ୍ରୀତି ରାଉତ, ବିଜେତା ବାଗ ଦୀପମ ନାଏକ କଳାକାର ନିଖୁଣ ଅଭିନୟ କରିଛନ୍ତି।