ମୁଁ ସେହି ଫ୍ଲାଟକୁ ଦୁଇଥର ଯାଇଛି, ଫ୍ରିଜ୍ରେ କ’ଣ ଥିଲା ଜଣାପଡିଲାନି-ଅଫତାବର ନୂଆ ଗାର୍ଲଫ୍ରେଣ୍ଡଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୩୦।୧୧: ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ମାମଲାରେ ତଦନ୍ତ ପରିସରରେ ଥିବା ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନଓ୍ବାଲାର ନୂତନ ଗାର୍ଲଫ୍ରେଣ୍ଡ ପଚରାଉଚରା ବେଳେ କିଛି ନୂଆ କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଫତାବ ଏକ ଡେଟିଂ ଆପ୍ ମାଧ୍ୟମରେ ତାଙ୍କ ସମ୍ପର୍କରେ ଆସିଥିଲା। ପୋଲିସକୁ ଦେଇଥିବା ବୟାନରେ ସେ କହିଛନ୍ତି, ଅଫତାବକୁ କେବେ ଭୟଭୀତ ଅବସ୍ଥାରେ ଦେଖିନି। ସେ ସବୁବେଳେ ନିଜର ମୁମ୍ବାଇରେ ଥିବା ଘର ବିଷୟରେ ଚର୍ଚ୍ଚା କରୁଥିଲା। ଅଫତାଭ ସମ୍ପର୍କରେ ତା’ର ନୂତନ ଗାର୍ଲଫ୍ରେଣ୍ଡ ଅନେକ ଆଶ୍ଚର୍ଯ୍ୟକର କଥାର ଖୁଲାସା କରିଛନ୍ତି।
-ଯୁବତୀ ଜଣକ କହିଛନ୍ତି, ମୁଁ ଅକ୍ଟୋବରରେ ଦୁଇଥର ଛତରପୁରର ସେହି ଫ୍ଲାଟକୁ ଯାଇଥିଲି, ଯେଉଁଠି ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିଥିଲା।
– ଶ୍ରଦ୍ଧାଙ୍କ ମୃଦଦେହ କାଟିକି ଫ୍ରିଜ ଭିତରେ ରଖାଯାଇଥିଲା ତାହା ଟିକେ ବି ଜଣାପଡୁନଥିଲା।
-ଅଫତାବର ବ୍ୟବହାର ସ୍ବାଭାବିକ ଥିଲା। ଏପରିକି ସେ କଥାବାର୍ତ୍ତାରୁ ଲାଗୁନଥିଲା ତା’ର ମାନସିକ ସ୍ଥିତି ଭଲ ନାହିଁ।
-ଅଫତାବ ପାଖରେ ଅଲଗା ଅଲଗା ପ୍ରକାର ଡିଓଡ୍ରାଣ୍ଟ ଓ ପରଫ୍ୟୁମ୍ର କଲେକ୍ସନ ଥିଲା ଓ ସେ ମୋତେ ପରଫ୍ୟୁମ୍ ଉପହାରରେ ଦେଉଥିଲା।
-ଅଫତାବ ବହୁତ ସିଗାରେଟ୍ ପିଉଥିଲା ଓ ଜଲଦି ସ୍ମୋକିଂ ଛାଡିବ ବୋଲି କହୁଥିଲା।
– ଅଫତାବ ଖାଇବାର ଖୁବ୍ ସୌଖିନ୍ ଥିଲା। ବିଭିନ୍ନ ପ୍ରକାର ଖାଦ୍ୟ ରେଷ୍ଟୁରାଣ୍ଟରୁ ଅର୍ଡର କରୁଥିଲା। ତାକୁ ବିଶେଷକରି ନନ୍ଭେଜ୍ ଖାଦ୍ୟ ଖୁବ୍ ଭଲ ଲାଗୁଥିଲା।- ଅଫତାବ ମୋତେ ଏକ ଫ୍ୟାନ୍ସି ଆର୍ଟିଫିସିଆଲ ମୁଦି ଗିଫ୍ଟରେ ଦେଇଥିଲା। ତଦନ୍ତ ପରେ ଜଣାପଡିଛି, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଦିକୁ କାଢି ଅଫତାବ ତା’ର ନୂଆ ପ୍ରେମିକାକୁ ଉପହାରରେ ଦେଇଥିଲା।
ଉଲ୍ଲେଖନୀୟ ଯେ, ୧୮ ମଇ ସନ୍ଧ୍ୟାରେ ଶ୍ରଦ୍ଧାଙ୍କ ତଣ୍ଟି ଚିପି ମାରିବା ପରେ ଅଫତାବ ମୃତଦେହକୁ କାଟିକି ୩୫ ଖଣ୍ଡ କରିନେଇଥିଲା। ଏହାପରେ ୩୦୦ ଲିଟରର ଏକ ନୂଆ ଫ୍ରିଜ୍ କିଣି ମାଂସ ଖଣ୍ଡ ଗୁଡିକୁ ତା ଭିତରେ ରଖିଥିଲା। ପରେ ସୁବିଧା ଦେଖି ମାଂସ ଖଣ୍ଡଗୁଡିକୁ ଜଙ୍ଗଲରେ ଫୋପାଡିକି ଆସୁଥିଲା।