ଶ୍ରଦ୍ଧା ହତ୍ୟାକାଣ୍ଡରେ ୬୦୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ , ଆଫତାବ କହିଲା – ମୋ ଓକିଲଙ୍କୁ ଦେଖାଅ ନାହଁ

ନୂଆଦିଲ୍ଲୀ- ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ପୁଲିସ ପୂରା ୬୬୩୬ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ରେ ଅଭିଯୁକ୍ତ ଆଫତାବ ଉପରେ ଅନେକ ଗୁରୁତର ଅଭିଯୋଗ ଲାଗିଛି। ବଡ କଥା ଏହା କି, ଏହି ଚାର୍ଜସିଟ୍କୁ ଆଫତାବ ନିଜେ ନିଜ ଓକିଲକୁ ଦେଖାଇବାକୁ ଚାହୁଁନି। ସେ ଓକିଲ ବଦଳାଇବା କଥା କହିଛି।
କହି ରଖୁଛୁ କି , ଏହି ମାମଲାରେ ଦିଲ୍ଲୀ ପୁଲିସ ୭୫ଦିନ ପରେ ଏହି ଚାର୍ଜସିଟ୍ ଦାଖଲ କରିଛି। ପୁଲିସ୍ ପକ୍ଷରୁ ଆଫତାବର ନାର୍କୋ ଟେଷ୍ଟ ହୋଇଥିଲା , ପଲିଗ୍ରାଫି ଟେଷ୍ଟ ହୋଇଥିଲା , ଅନେକ ପ୍ରକାରର ପ୍ରଶ୍ନ ବି ପଚରା ଯାଇଥିଲା । ଏହାପରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି। ଏହି ମାମଲା ବିଷୟରେକହିବା ତ ଗତ ବର୍ଷ ୧୮ ମଇରେ ଏକ ଝଗଡ଼ା ପରେ ଆଫତାବ ଶ୍ରଦ୍ଧାଙ୍କର ହତ୍ୟା କରିଦେଇ ଥିଲା।
ପ୍ରଥମେ ତାଙ୍କ ତଣ୍ଟି ଚିପି ଥିଲା ଏବଂ ଯେବେ ତାଙ୍କର ମୃତ୍ୟୁ ହୋଇଥିଲା , ତାପରେ ଅତି ନିଷ୍ଠୁରତାର ସହ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା ଏବଂ ଚତୁରତାର ସହ ଅନେକ ଦିନ ଯାଏ ଏହି ଶରୀରର ଖଣ୍ଡକୁ ନେଇ ଜଙ୍ଗଲରେ ଫିଙ୍ଗୁ ଥିଲା । ହେଲେ ଏହି ମାମଲାର ପର୍ଦ୍ଦାଫାସ୍ ବି ହେଲା ଏବଂ ପୁଲିସ ଗତ ବର୍ଷ ୧୨ ନଭେମ୍ୱରରେ ଆଫତାବକୁ ଗିରଫ କରିଥିଲା । ବର୍ତ୍ତମାନ ଆଫତାବ ଏହି ସମୟରେ ତିହାଡ ଜେଲ୍ରେ ବନ୍ଦୀ ଜୀବନ କାଟୁଛି ।