ଶ୍ରୀ ଜଗନ୍ନାଥ ପୁରୀ ଉତ୍ସବ ଉଦଯାପିତ, ବିଭିନ୍ନ ରାଜ୍ୟର ୪୦୦ କଳାକାର ପୁରସ୍କୃତ

ପୁରୀ ୨୪/୫ : ରାଜ୍ୟର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ତ୍ରିବେଣୀ କଳାକେନ୍ଦ୍ର ଆନୁକୁଲ୍ୟରେ ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଓ ଉତ୍ସବ ଶ୍ରୀ ଜଗନ୍ନାଥ ଧାମ ପୁରୀ ଉତ୍ସବ ଉଦଯାପିତ ହୋଇ ଯାଇଛି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୪୦୦ ରୁ ଅଧିକ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବିଭିନ୍ନ ନୃତ୍ୟ ଏବଂ କଳା କୌଶଳ ପ୍ରଦର୍ଶନ କରିଥିବାବେଳେ ଅନୁଷ୍ଠାନ ତରଫରୁ ଟ୍ରଫି ଓ ମାନ ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରା ଯାଇଛି।
ଏହି ଅବସରରେ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ସାମ୍ବାଦିକ ନିର୍ମଳ ଚନ୍ଦ୍ର ବାରିକ୍ ଏବଂ ସମାଜସେବୀ ଡ଼ାକ୍ତର ରାଧେଶ୍ୟାମ ରଥ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ। କଳା ଏବଂ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହିଭଳି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ଫଳରେ ଓଡ଼ିଶାର କଳା ଏବଂ ପରମ୍ପରା ଆହୁରି ରୁଦ୍ଧିମନ୍ତ ହେବ ବୋଲି ଅତିଥିଗଣ ମତ ପ୍ରକାଶ କରିବା ସହ ତ୍ରିବେଣୀ କଳାକେନ୍ଦ୍ରର ପ୍ରୟାସ କୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ, ଆସାମ,ମଣିପୁର,ବିହାର,ତାମିଲନାଡୁ, ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ଉତ୍ତର ପ୍ରଦେଶ,ମଧ୍ୟପ୍ରଦେଶ,ମହାରାଷ୍ଟ୍ର, କେରଳ ଆଦି ରାଜ୍ୟ ଗୁଡ଼ିକର ୪୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନୃତ୍ୟ ଏବଂ କଳା କୌଶଳ ପ୍ରଦର୍ଶନ କରିଥିଲେ। ଅତିଥି ମାନଙ୍କ ହାତରେ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।
ଅନୁଷ୍ଠାନର ସମ୍ପାଦିକା ରେଖା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀଣି ସଦସ୍ୟ ମୃତ୍ୟୁଞ୍ଜୟ ଦାସ, ସୁଶିଲ ପଟ୍ଟନାୟକ, ରାମକୃଷ୍ଣ ମହାପାତ୍ର,ଶଶିକାନ୍ତ ସାହୁ,ସସ୍ମିତା ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।