ପୁରୀ,୧୧/୧୦: ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ବ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଜଗନ୍ନାଥ ମନ୍ଦିରକୁ ରେଡ୍ ଜୋନ୍ ଘୋଷଣା କରିଛି ଡିଜିସିଏ। ବଡ଼ଦେଉଳର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୨୦୨୮ ସେପ୍ଟେମ୍ବର ୨୫ ଯାଏ ବୈଧତା ବଳବତ୍ତର ରହିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଥିଲା।

ଶୁକ୍ରବାର ଏହି ନିମୟକୁ ଉଲ୍ଲଂଘନ କରି  ଡ୍ରୋନ ଉଡ଼ାଇବା ମାମଲାରେ ସିଂହଦ୍ୱାର  ପୁଲିସ ସମ୍ପୃକ୍ତ ପର୍ଯ୍ୟଟକକୁ ଥାନାରେ  ଅଟକ ରଖିଛି । ଅଟକ ପର୍ଯ୍ୟଟକ ହେଲେ  ଛତିଶଗଡ଼ର ଦୁର୍ଗା ପ୍ରସାଦ ଯାଦବ । ପୁଲିସ ଡ୍ରୋନ୍‌କୁ ଜବତ କରିଛି ।  ଶୁକ୍ରବାର ସନ୍ଧ୍ୟା ୭ଟା ୪୫ରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍ରେ ଏକ  ଡ୍ରୋନ୍‌ ଉଡୁଥିବା ନଜର ଆସିଥିଲା । ଏ ସଂକ୍ରାନ୍ତରେ ଏସ୍‌ପି ପ୍ରତୀକ ସିଂଙ୍କ  ଜାଣିବା ପରେ ସିଂହଦ୍ୱାର ଓ ପୁରୀ ପୁଲିସର ଏକ ଟିମ୍‌କୁ ତୁରନ୍ତ ଡ୍ରୋନ୍‌କୁ  ଜବତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଟିମ୍‌ର ଅଧିକାରୀମାନେ ଡ୍ରୋନ୍‌ର ଗତିକୁ ପିଛା କରି ଶନିମନ୍ଦିର ଗଳିରେ ଡ୍ରୋନ୍‌କୁ ଧରିଥିଲେ ।