ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ, ସକାଳେ ହେଲା ପହୁଡ଼ ନୀତି

ପୁରୀ ୨୭/୦୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ। ଗତକାଲି ସରସ୍ୱତୀ ପୂଜା ଓ ଚାଚେରୀ ବେଶ ନୀତି ଡେରିରେ ସରିବାକୁ ପହୁଡ ନୀତିରେ ବିଳମ୍ବ ହୋଇଥିଲା। ଫଳ ଶ୍ରୀମନ୍ଦିର ପହୁଡ଼ ଆଜି ସକାଳେ ହୋଇଛି। ସ୍ୱାଭାବିକ ଦିନରେ ପହୁଡ଼ ରାତିରେ ହୋଇଥାଏ।
ଶୁକ୍ରବାର ଭୋର ସମୟରେ ପହୁଡ଼ ନୀତି ପାଳନ କରିବା ଫଳରେ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ ହୋଇଥିଲା । ଭୋର ୫ଟା ୫ ମିନିଟରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବାକୁ ଥିବା ବେଳେ ସକାଳ ୭ଟାରେ ସିଂହଦ୍ଵାର ନୀତି ଅନୁଷ୍ଠିତ ହୋଇଥିଲା। ଫଳରେ ମହାପ୍ରଭୁଙ୍କ ମଙ୍ଗଳା ଆରତୀ ନୀତି ମଧ୍ୟ ବିଳମ୍ବ ହୋଇଥିଲା। ଏଥିସହିତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଡେରିରେ ଛଡା ଯାଇଥିଲା। ଯାହାକୁ ନେଇ ଭକ୍ତମାନେ କ୍ଷେଭ ପ୍ରକାଶ କରିଛନ୍ତି
ନୀତି ବିଳମ୍ବ ଯୋଗୁଁ ଭକ୍ତଙ୍କ ଦର୍ଶନ ଉପରେ ସିଧାସଳଖ ପ୍ରଭାବ ପଡିଛି। ତେବେ ପ୍ରଶ୍ନ ଉଠିଛି ଯଦି ନୀତି ବିଳମ୍ବ ହେଲା ତାହାଲେ କଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କର ପହୁଡ଼ ନୀତି କରାଗଲା। ତେବେ ଆଶଙ୍କା କରାଯାଉଛି ଆଗକୁ ହେବାକୁ ଥିବା ମହାପ୍ରଙ୍କ ଅନ୍ୟ ସବୁ ନୀତିକାନ୍ତି ମଧ୍ୟ ବିଳମ୍ବ ହେବ।