ନୂଆଦିଲ୍ଲୀ,୨୨/୦୩ : ପଞ୍ଜାବ କିଙ୍ଗସ୍ ଅଧିନାୟକଙ୍କୁ ପ୍ରଶଂସକମାନେ ସ୍ନେହରେ 'ସରପଞ୍ଚ ସାହେବ' ବୋଲି ଡାକନ୍ତି । ଏହି ଟ୍ୟାଗ୍ ଅନ୍ୟ କୌଣସି ଅଧିନାୟକଙ୍କୁ ଦିଆଯାଇନଥିଲା । କିନ୍ତୁ ଶ୍ରେୟସ ଆୟର ଏହି ନାମ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ । ଆୟର ଏହି ଟ୍ୟାଗ ପାଇ ଖୁସି କିନ୍ତୁ ସେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କେବେଳ ଜିତିବା ହିଁ ଗୁରୁତ୍ୱପୂର୍ଣ୍ଣ । ଶ୍ରେୟସ ଏହା ମଧ୍ୟ ମଧ୍ୟ କହିଛନ୍ତି କି ଯେ ସେ ଏହି ଟ୍ୟାଗ୍ କିପରି ଅର୍ଜନ କରିଥିଲେ । ତାଙ୍କୁ ଆଇପିଏଲ ୨୦୨୫ ମେଗା ନିଲାମରେ ପଞ୍ଜାବ କିଙ୍ଗସ୍ ଦ୍ୱାରା କ୍ରୟ କରାଯାଇଥିଲା ଏବଂ ଅଧିନାୟକ ନିଯୁକ୍ତ କରାଯାଇଥିଲା ।
ସରପଞ୍ଚ ଟ୍ୟାଗ ବିଷୟରେ ଶ୍ରେୟସ ଆୟର ପଞ୍ଜାବ କିଙ୍ଗସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ଗତ ବର୍ଷ ସରପଞ୍ଚ ଟ୍ୟାଗ ପାଇଥିଲି ଏବଂ କିଛି ସମୟ ପୂର୍ବରୁ ମୁଁ ବାହାରେ ସରପଞ୍ଜ ବିଷୟରେ କଥା ହେଉଥିଲି । ଯେତେବେଳେ ମୁଁ ପ୍ରଥମେ ଏହି ଟ୍ୟାଗ ପାଇଥିଲି, ମୋତେ ଲୋକଙ୍କୁ ପଚାରିବାକୁ ପଡିଥିଲା ଯେ ଏହାର ପ୍ରକୃତ ଅର୍ଥ କଣ ? ଯେପରି ମୁଁ ଗତ ବର୍ଷ ଅର୍ଶଦୀପଙ୍କୁ ପଚାରିଥିଲି ଯେ ଏହାର ଅର୍ଥ କଣ ? ଏଠାରେ ଏହି ଶବ୍ଦ କିପରି ବ୍ୟବହାର ହେଉଛି ? ତା ପରେ ସେ କହିଥିଲେ ଯେ ସରପଞ୍ଚଙ୍କୁ ଏକ ସମ୍ପଦ୍ରାୟ ବା ଗାଁର ମୁଖ୍ୟ ବୋଲି କୁହାଯାଏ ଏହା ମୋତେ ସୁହାଇଛି ।''
ଆୟର ଆହୁରି କହିଛନ୍ତି, ଏହା ନୁହେଁ ଯେ ମୁଁ ହଠାତ୍ ଏହାକୁ ପସନ୍ଦ କରିବା ଆରମ୍ଭ କରି କିନ୍ତୁ ଯେତେବେଳେ ମୁଁ ରାସ୍ତାରେ ଯାଉଥିଲି, ଲୋକମାନେ ମାତେ ଡାକୁଥିଲେ ଏବଂ ମୁଁ ଏଠାରେ ଆଇପିଏଲ ଖେଳିବା ଆରମ୍ଭ କରିବାର ଗୋଟିଏ ବର୍ଷ ହୋଇଗଲାଣି । ତେଣୁ ଯେତେବେଳେ ମୁଁ ସେମାନଙ୍କୁ ଭେଟେ ସମସ୍ତେ ମୋତେ ସମାନ ନାମରେ ଡାକୁଥାନ୍ତି । ତେଣୁ ଏକ ପ୍ରକାର ଏହା ଭଲଲାଗେ । ମୋତେ ପ୍ରେରଣା ଦିଏ ଯେ ଏବେ ମୁଁ ଏହି ସିଜିନରେ ଆସିବା ପରେ ସମସ୍ତଙ୍କ ଆଶା ଅଧିକ ହେବ । ମୁଁ ଚ୍ୟାଲେଞ୍ଜ ପସନ୍ଦ କରେ । ଚ୍ୟାଲେଞ୍ଜକୁ ପୂରଣ କରିବା ପାଇଁ ଆପଣଙ୍କୁ ଏକ ଭଲ ଦଳ ଆବଶ୍ୟକ ଏବଂ ଆମ ପାଖରେ ତାହା ଅଛି ।
ଏହା ବି ପଢନ୍ତୁ...ଏମଏସ୍ ଧୋନୀଙ୍କ '୭ ଷ୍ଟାର ସିଜିନ୍', ୭ ବଡ଼ ରେକର୍ଡ କରିବାକୁ ମୈଦାନକୁ ଓହ୍ଲାଇବେ ମାହି
ଅଧିନାୟକ ଆୟର କହିଛନ୍ତି, 'ମୋତେ ଏହି ଟ୍ୟାଗ ମିଳିବା ପରେ ବହୁତ ଖୁସି ହୋଇଥିଲି । କିନ୍ତୁ ଏହା ଏକ ଭିନ୍ନ କଥା । ପ୍ରଥମ କଥା ହେଉଛି ଯେତେବେଳେ ଆମେ ପଡିଆରେ ପ୍ରବେଶ କରୁ ଆମକୁ ମ୍ୟାଚ୍ ଜିତିବାକୁ ପଡିବ । ଯେପରି ସେମାନେ କହିଥିଲେ ଜିତିବା ହିଁ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ କଥା ।' ପଞ୍ଜାବ କିଙ୍ଗସ୍ ଚଳିତ ବର୍ଷ ସେମାନଙ୍କର ଅପୂର୍ଣ୍ଣ ଇଚ୍ଛା ପୂରଣ କରିବାକୁ ଚାହିଁବ । ୨ ଥର ଫାଇନାଲରେ ପହଞ୍ଚିଥିବା ପଞ୍ଜାବ କିନ୍ତୁ ଆଇପିଏଲ ଟ୍ରଫି ଜିତି ପାରିନାହିଁ । ଏହି ଦଳ କେବଳ ଗତ ବର୍ଷ ଆରସିବି ବିପକ୍ଷରେ ଫାଇନାଲ ଖେଳଥିଲା ।