ନୂଆଦିଲ୍ଲୀ,୦୮/୦୫; ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଚଳିତ ସିଜିନ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । କିଛି ସପ୍ତାହ ପୂର୍ବରୁ ଭାରତୀୟ ଦଳକୁ T20 ବିଶ୍ୱକପ୍ ଜିତାଇବାର ଗୌରବ ହାସଲ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇପାରେ । ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ T20 ଦଳର ଅଧିନାୟକତ୍ୱରୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଚୟନ କମିଟି ବର୍ତ୍ତମାନର ଭାରତୀୟ ଅଧିନାୟକଙ୍କ ପ୍ରଦର୍ଶନକୁ ନେଇ ଚିନ୍ତିତ ଏବଂ ତାଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରିପାରେ । ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ମଧ୍ୟ ନୂତନ ଅଧିନାୟକ ନିଯୁକ୍ତ କରାଯିବା ଆଶା କରାଯାଉଛି ।
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୁରୁଷ ଚୟନ କମିଟି ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ ପାଇଁ ଚୟନ ପ୍ରକ୍ରିୟା ସମୟରେ ଅଧିନାୟକତ୍ୱରେ ପରିବର୍ତ୍ତନ ଘୋଷଣା କରିପାରନ୍ତି । ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟି-୨୦ ସିରିଜ୍ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଯାହା ପାଇଁ ଭାରତୀୟ ଦଳ ସେହି ଦେଶ ଗସ୍ତ କରିବ । ଏହି ସିରିଜ୍ ଜୁନ୍ ଶେଷ ସପ୍ତାହରେ ଖେଳାଯିବ । ଏହି ସିରିଜ୍ ସମୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କ ଅଧିନାୟକତ୍ୱ ଦାୟିତ୍ୱରୁ ମୁକ୍ତ କରାଯାଇପାରେ । ଶ୍ରେୟସଙ୍କୁ କ୍ୟାପ୍ଟେନ କରାଯାଇ ପାରେ । କାରଣ ଆଇପିଏଲରେ ପଞ୍ଜାବ ନେତୃତ୍ୱ ନେବାରେ ଶ୍ରେୟସ ସଫଳ । ଖାଲି ସେତିକି ନୁହେଁ ପ୍ରାୟ ସବୁ ମ୍ୟାଚରେ ସେ ଭଳ ପାଳି ଖେଳି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ।
ଏହା ବି ପଢନ୍ତୁ...IPL 2026: ନିଜ ଭୁଲ୍ ପାଇଁ ଫସିଲେ ବିରାଟ...ଶୂନରେ କିଙ୍ଗ୍ କୋହଲିଙ୍କୁ ଆଉଟ୍ କରି ଇତିହାସ ରଚିଲେ ଏହି ବୋଲର
ଦଳକୁ ଫେରିବା ମାତ୍ରେ ଆୟର ଅଧିନାୟକ ହୋଇଯିବେ ! ରିପୋର୍ଟରେ କୁହାଯାଇଛି ଯେ, ଚୟନକର୍ତ୍ତାମାନେ ବର୍ତ୍ତମାନର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ନିରାଶ । ତେଣୁ, ୨୦୨୮ ଟି-20 ବିଶ୍ୱକପ୍ ଏବଂ ଅଲିମ୍ପିକ୍ ଗେମ୍ସ ପାଇଁ ଦଳକୁ ମଜବୁତ କରିବା ଏବଂ ନୂଆ ଶକ୍ତି ପ୍ରଦାନ କରିବା ପାଇଁ ଅଧିନାୟକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି । ଏଥିରେ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ଟି-୨୦ ଦଳକୁ ଫେରିପାନ୍ତି । ସେ ଖାଲି ଦଳକୁ ଫେରିବେନି ତାଙ୍କୁ ଅଧିନାୟକ ନିଯୁକ୍ତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅଧିନାୟକତ୍ୱରେ ଶ୍ରେଷ୍ଠ, ବ୍ୟାଟିଂରେ ବିଫଳ- ୨୦୨୪ ଟି-୨୦ ବିଶ୍ୱକପରେ ଭାରତର ଟାଇଟଲ ବିଜୟ ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । କାରଣ ତତ୍କାଳୀନ ଅଧିନାୟକ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ନେଇଥିଲେ । ସେବେଠାରୁ, ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ନିରନ୍ତର ଭଲ ପ୍ରଦର୍ଶନ କରି ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି । ଏହି ସମୟରେ, ଅଧିନାୟକ ଭାବରେ ସୂର୍ଯ୍ୟଙ୍କ ବିଜୟ ରେକର୍ଡ ୭୬.୯୨ ପ୍ରତିଶତ, ଯାହା ସମସ୍ତ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ସର୍ବୋତ୍ତମ । କିନ୍ତୁ ଅଧିନାୟକ ହେବା ପରଠାରୁ ତାଙ୍କର ବ୍ୟାଟିଂ କ୍ରମାଗତ ଭାବରେ ଖରାପ ହୋଇଛି । ଜୁଲାଇ ୨୦୨୪ରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ, ସୂର୍ଯ୍ୟ ୪୨ ଇନିଂସରେ ମାତ୍ର ୯୩୨ ରନ କରିଛନ୍ତି, ଯେଉଁଥିରେ ୬ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ସେ ୪ଥର ଖାତା ଖୋଲିପାରି ନଥିଲେ । ତାଙ୍କର ହାରାହାରି ମାତ୍ର ୨୫.୮୮ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ମାତ୍ର ୧୫୨ । ଏହା ବ୍ୟତୀତ, ୨୦୨୫ ସିଜନରେ ସେ ଅର୍ଦ୍ଧଶତକ ବିନା ୧୩ ହାରରେ ମାତ୍ର ୨୧୮ ରନ କରିଥିଲେ।