ନୂଆଦିଲ୍ଲୀ,୦୮/୦୫; ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ ହାଇ-ଭୋଲଟେଜ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ମ୍ୟାଚ୍ ସମୟରେ, ଏକ ମୁହୂର୍ତ୍ତ ସମଗ୍ର ଷ୍ଟାଡିୟମକୁ ସ୍ତବ୍ଧ କରିଦେଇଥିଲା । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଯୁବ ଦ୍ରୁତ ବୋଲର ପ୍ରିନ୍ସ ଯାଦବ IPLର ସବୁଠାରୁ ସଫଳ ବ୍ୟାଟର ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଡକରେ କ୍ଲିନ ବୋଲ୍ଡ କରିଥିଲେ । ପ୍ରିନ୍ସଙ୍କ ବଲରେ ଷ୍ଟମ୍ପ ଉଡ଼ି ଯାଇଥିଲା । ପ୍ରିନ୍ସ ଯାଦବ ବିରାଟ କୋହଲିଙ୍କୁ ଏକ ଚମତ୍କାର ଇନସ୍ୱିଙ୍ଗର ବୋଲିଂ କରିଥିଲେ । ବଲଟି ପିଚ୍ ଉପରେ ପଡ଼ି ହଠାତ୍ ଭିତରକୁ ଆସିଲା, କିଙ୍ଗ୍ କୋହଲିଙ୍କ ବ୍ୟାଟରେ ବାଜି  ସିଧା ଷ୍ଟମ୍ପରେ ବାଜିଲା । କୋହଲିଙ୍କ ଷ୍ଟମ୍ପ ଭାଙ୍ଗିଯିବା ସହିତ ସମଗ୍ର ଏକାନା କ୍ରିକେଟ୍ ଷ୍ଟାଡିୟମ ପ୍ରକମ୍ପିତ ହୋଇଗଲା । ଆଉଟ୍ ହେବା ପରେ ବିରାଟ କୋହଲି କିଛି ସେକେଣ୍ଡ ପାଇଁ ପିଚ୍ ଆଡ଼କୁ ଚାହିଁ ରହିଥିଲେ, ତାଙ୍କ ମୁହଁରେ ନିରାଶା ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ଏହା ପରାଜୟ RCB ପାଇଁ ମଧ୍ୟ ଏକ ବଡ଼ ଧକ୍କା ସାଜିଥିଲା । ପ୍ରିନ୍ସଙ୍କ ଏହି ବଲକୁ ବଲ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବୋଲି ବିବେଚନା କରୁଛନ୍ତି ଫ୍ୟାନ୍ସ 

ଏହା ବି ପଢନ୍ତୁ...IPL ଭାଇ-ବନ୍ଧୁ କୁଟୁମ୍ବ ସମ୍ପର୍କ ବନ୍ଦ: ହନିଟ୍ରାପ୍ ଆଶଙ୍କା ପରେ ବିସିସିଆଇ ଆଣିଲା କଠୋର ନିୟମ     

​​​​​​​ବିରାଟ କୋହଲିଙ୍କୁ ଆଉଟ୍ କରିବା ନେଇ ମ୍ୟାଚ ପରେ ପ୍ରିନ୍ସ କହିଛନ୍ତି, ପ୍ଲାନ୍ ଥିଲା । ଶେଷ ମ୍ୟାଚରେ ବିରାଟ ଭାଇଙ୍କ ସହ କଥା ହୋଇଥିଲି । ସେ ନିଜେ ମୋତେ ଏହି କଥା କହିଥିଲେ କି ଯେ ପର୍ଯ୍ୟନ୍ତ ଲେନ୍ଥରେ ବଲ୍ ହରକର କରୁଛି ସେ ଯାଏ ଲେନ୍ଥ ଛାଡ଼ ନାହିଁ । ମୁଁ ସେହିପରି କଲି ଆଉ ମୋତେ ରେଜଲ୍ଡ ମିଳିଗଲା ।'' ପ୍ରିନ୍ସ ଯାଦବଙ୍କୁ ବିରାଟ କୋହଲି ଦେଇଥିବା ଗୁରୁମନ୍ତ୍ର ତାଙ୍କ ଉପରେ ଭାରି ପଡିଗଲା । 

  

କ୍ରମାନ୍ୱୟରେ ୬ଟି ମ୍ୟାଚ ପରାଜିତ ହେବା ପରେ ଲକ୍ଷ୍ନୌ ଶେଷରେ ବିଜୟଧାରାକୁ ଫେରିଛି । ଗୁରୁବାର ଅନୁଷ୍ଠିତ ଚଳିତ ଆଇପିଏଲର ୫୦ତମ ଲିଗ୍ ମୁକାବିଲାରେ ଲକ୍ଷ୍ନୌ ୯ ରନ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ପରାଜିତ କରିଛି । ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୧୯ ଓଭରରେ ୩ ୱିକେଟ୍ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଡକ୍ ୱର୍ଥ ଲୁଇସ ନିୟମ ଅନୁଯାୟୀ ବେଙ୍ଗାଲୁରୁ ସମ୍ମୁଖରେ ୨୧୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ବେଙ୍ଗାଲୁରୁ ଦଳ ୬ ୱିକେଟ୍ ହରାଇ ୨୦୩ ରନ କରିବାକୁ ସକ୍ଷମ ହୋଇଥିଲା ।​​​​​​​