ଶୁଭମନ ଗିଲ-ସାରା ଅଲି ଖାନଙ୍କ ବ୍ରେକଅପ୍, ସୋସିଆଲ ମିଡିଆରେ ପରସ୍ପରକୁ କଲେ ଅନଫଲୋ

ନୂଆଦିଲ୍ଲୀ ୨୭/୦୫: ଭାରତୀୟ କ୍ରିକେଟର ଶୁଭମନ ଗିଲ ଆଜିକାଲି ଆଇପିଏଲରେ ଧମାଲ କରୁଛନ୍ତି। କ୍ରିକେଟର ପ୍ରାୟତଃ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଗତ କିଛି ସମୟଧରି ଶୁଭମନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ କରୁଥିବା ଆଲୋଚନା ହେଉଥିଲା। କିନ୍ତୁ ଆଉ କିଛି ଲୋକ ଶୁଭମନ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଡେଟ୍ କରୁଛନ୍ତି ବୋଲି କହିଛନ୍ତି। ତେବେ କାହାରି ପକ୍ଷରୁ କିଛି ଅଫିସିଆଲ କରାଯାଇ ନାହିଁ।

ଶୁଭମନ୍ ଓ ସାରା ଅଲି ଖାନ ସେମାନଙ୍କର ଡେଟିଂ ଗୁଜବ ଉପରେ ନୀରବତା ବଜାୟ ରଖନ୍ତି। ଯେତେବେଳେ ସେ ପଡ଼ିଆରେ ଖେଳନ୍ତି, ଫ୍ୟାନ୍ସ ପ୍ରାୟତଃ ସାରାଙ୍କ ନାମ ନେଇ ତାଙ୍କୁ ଚିଡାନ୍ତି। ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲ ଓ ସାରା ଅଲି ଖାନ ସବୁଦିନ ପାଇଁ ଅଲଗା ହୋଇଯାଇଛନ୍ତି। ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି।

ସାରା ଅଲି ଖାନଙ୍କ ପୂର୍ବରୁ ଶୁଭମନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଥିଲେ। ୨୦୨୦ ମସିହାରେ ସେମାନଙ୍କ ସମ୍ପର୍କର ଗୁଜବ ସୃଷ୍ଟି ହୋଇଥିଲା। ସାରା ଶୁଭମନଙ୍କୁ ତାଙ୍କର ‘ପ୍ରିୟ’ ଖେଳାଳି ବୋଲି କହିଥିଲେ ଏବଂ ଆଇପିଏଲ୍ ୨୦୨୦ ସମୟରେ ତାଙ୍କ ଫିଲ୍ଡିଂକୁ ପ୍ରଶଂସା କରିଥିଲେ। ଯାହାକୁ ନେଇ ନେଟିଜେନ୍ସ ଅନୁମାନ କରୁଥିଲେ ଯେ ଶୁଭମାନ-ସାରା ତେନ୍ଦୁଲକର ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବେ। କିନ୍ତୁ ସେମାନଙ୍କ ବ୍ରେକଅପ୍ ଖବର ଅନଲାଇନରେ ଆସି ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଗଲା।