- ୨୦୨୩ରେ ୧୬ ମ୍ୟାଚ୍ରୁ ୮୫୧ ରନ କରିଛନ୍ତି ଗିଲ୍
- ଗିଲ୍ଙ୍କ ସର୍ବାଧିକ ସ୍କୋର ରହିଛି ୧୨୯ ରନ
- ୨୦୧୬ ସିଜିନରେ କୋହଲି ୧୭ମ୍ୟାଚରୁ କରିଥିଲେ ୯୭୩ ରନ
ନୂଆଦିଲ୍ଲୀ ୨୮/ ୦୫: ଭାରତୀୟ କ୍ରିକେଟରେ ଶୁବମାନ ଗିଲ୍ ପ୍ରିନ୍ସ ନୁହେଁ ବରଂ କିଙ୍ଗ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ରେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ପରେ ଗିଲ୍ଙ୍କୁ ନେଇ ଏଭଳି ଦାବି କରିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା । ରବିବାର ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଗ୍ରାଣ୍ଡ ଫାଇନାଲ ଖେଳାଯିବାକୁ ଥିବା ବେଳେ ସିଏସ୍କେ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଗିଲ୍ ।
ଶୁବମାନ ଗିଲଙ୍କ ଚମତ୍କାର ବ୍ୟାଟିଂକୁ ନେଇ ଆକାଶ ଚୋପ୍ରା କହିଛନ୍ତି, 'ଗିଲ୍ ଏବେ ଭିନ୍ନ ଭାବେ ବ୍ୟାଟିଂ କରୁଛନ୍ତି । ସେ ଏବେ ଆଉ ପ୍ରିନ୍ସ ହୋଇ ନାହାନ୍ତି । ସେ ଏବେ କିଙ୍ଗ ହୋଇଗଲେଣି । ସେ କୋହଲିଙ୍କ ଗୋଟିଏ ସିଜିନରେ ୯୭୩ ରନ୍ ରେକର୍ଡ ଭାଙ୍ଗିପାରନ୍ତି । ଏଥିପାଇଁ ତାଙ୍କୁ ଆଉ ଗୋଟିଏ ମ୍ୟାଚରେ ୧୨୨ ରନ କରିବାକୁ ହେବ । ଗିଲ୍ ଗତ ୪ଟି ଇନିଂସରେ ୩ ଥର ଶତକୀୟ ଇନିଂସ ଖେଳିସାରିଛନ୍ତି । ତେଣୁ ତାଙ୍କ ପାଇଁ ଏହା ଅସମ୍ଭବ ନୁହେଁ'।
{"width":840,"height":441}
ଚଳିତ ସିଜିନରେ ଦମଦାର ଫର୍ମରେ ଅଛନ୍ତି ଶୁବମାନ ଗିଲ୍ । ବର୍ତ୍ତମାନ ସୁଦ୍ଧା ୧୬ଟି ମ୍ୟାଚ୍ ଖେଳିଥିବା ବେଳେ ମୋଟ ୮୫୧ ରନ ସଂଗ୍ରହ କରିସାରିଲେଣି । ଯେଉଁଥିରେ ୩ଟି ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ ଅଛି । କ୍ବାଲିଫାୟର ୨ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ମାତ୍ର ୬୦ ବଲ ଖେଳି ୧୨୯ ରନ କରିଥିଲେ । ଏହା ସହିତ ଫାଫ୍ ଡୁ' ପ୍ଲେସିସ୍ଙ୍କ ଠାରୁ ଅରେଞ୍ଜ କ୍ୟାପ୍ ମଧ୍ୟ ଛଡାଇ ଆଣିଥିଲେ ।
{"id":579354,"width":839,"height":471,"sizeSlug":"full","linkDestination":"none"}
ଆକାଶ ଚୋପ୍ରା କହିଛନ୍ତି, ଫାଇନାଲରେ ଶୁବମାନ ଗିଲଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ର କେବଳ ଜଣେ ବୋଲର ଅଟକାଇ ପାରିବେ । ଆଉ ସେ ହେଉଛନ୍ତି ଦୀପକ ଚହର । ଅନ୍ୟପଟେ ଗିଲ୍ଙ୍କୁ ଆରମ୍ଭରୁ ସତର୍କତାର ସହ ଖେଳିବାକୁ ହେବ । ତା'ହେଲେ ଯାଇ ସେ ବଡ ସ୍କୋର କରିପାରିବେ'।
ରବିବାର ସନ୍ଧ୍ୟାରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମୁକାବିଲା ରୋମାଞ୍ଚକର ହେବ । ଗୋଟିଏ ପଟେ ଧୋନି ମାନିଆ, ଅନ୍ୟପଟେ ଶୁବମାନ ଗିଲଙ୍କ ମାଷ୍ଟର କ୍ଲାସ୍ ପ୍ରଦର୍ଶନ । ୧ ଲକ୍ଷରୁ ଉର୍ଦ୍ଧ୍ବ ପ୍ରଶଂସକ ବସି ଦେଖିପାରୁଥିବା ଅହମଦାବାଦ ଷ୍ଟାଡିୟମ ପ୍ରକମ୍ପିତ ହେବ ।