ନୂଆଦିଲ୍ଲୀ,୧୦/୦୯; ଦିଲ୍ଲୀ ବିପକ୍ଷ ଲିଗ୍ ମୁକାବିଲାରେ ମନ୍ଥର ବୋଲିଂ ଅପମାନ ପାଇଁ ଗୁଜରାଟ ଅଧିନାୟକ ଶୁଭମନ ଗିଲ୍ ଦଣ୍ଡିତ ହୋଇଛନ୍ତି । ଉକ୍ତ ମ୍ୟାଚ୍ରେ ଗୁଜରାଟ ଦଳ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ବୋଲିଂ ଶେଷ କରିଥିଲା । ଚଳିତ ସିଜନରେ ଏହା ଦଳର ପ୍ରଥମ ଅପମାନ ହୋଇଥିବାରୁ ଅଧିନାୟକ ଭାବେ ଗିଲ୍ଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି । ଗତ ବୁଧବାର ଅନୁଷ୍ଠିତ ଏହି ମ୍ୟାଚ୍ରେ ଗୁଜରାଟ ୧ରନ୍ରେ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଖାତା ଖୋଲିଥିଲା । ଦଳ ଶେଷ ବଲ୍ରେ ବିଜୟ ହାସଲ କରିଥିଲା । ଗୁଜରାଟର ୪/୨୧୦ରନ୍ ଜବାବରେ ଦିଲ୍ଲୀ ୮/୨୦୯ରନ୍ କରିବାକୁ ସକ୍ଷମ ହୋଇଥିଲା । ଅନ୍ତିମ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ୧୩ରନ୍ ଡିଫେଣ୍ଡ କରିବା ସହ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଆଇପିଏଲରେ ୧୪ ତମ ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଚଳିତ ଆଇପିଏଲ ସିଜିନରେ ଗୁଜରାଟ ଶେଷ ବଲରେ ଦିଲ୍ଲୀ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା । ୧ରନରେ ବିଜୟୀ ହୋଇ ଆଇପିଏଲରେ ପଏଣ୍ଟ ଖାତା ଖୋଲିଛି । ହେଲେ ଅଧିନାୟକ ଗିଲ ଏକ ଭୁଲ କରିଛନ୍ତି ଯାହା ପାଇଁ ତାଙ୍କ ଉପରେ ଭାରି ଜରିମାନା ଲାଗିଛି । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କାର ଜରିମାନା ଗଣିବେ ଗିଲ୍ । ଆଇପିଏଲ ଅଧିକାରୀକ ବିବୃତ୍ତି ଅନୁସାରେ, ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ୨.୨୨ ଅନୁସାରେ ଅଧିନାୟକ ଶୁୁଭମନ ଗିଲଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏହା ଦଳର ପ୍ରଥମ ଭୁଲ । ନିୟମ ଅନୁସାରେ ଯଦି ଏହି ଭୁଲ ଆଉ ଥରେ ହୁଏ ତେହେ ଜରିମାନ ଡବଲ ହେବ । ତୃତୀୟ ତର ସମାନ ତ୍ରୁଟି ରିପିଟ୍ ହେଲେ ଗୋଟିଏ ମ୍ୟାଚରୁ ବ୍ୟାନ୍ ହୋଇପାରନ୍ତି । ଭଲ ଅଧିନାୟକତ୍ୱ କରିଥିବା ଗିଲଙ୍କ ଦଳ ଦିଲ୍ଲୀ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୧୧ ରନ୍ କରିଥିଲା ।
ଏହା ବି ପଢନ୍ତୁ...କିଏ ମୁକୁଲ ଚୌଧୁରୀ ? ଛକା ବର୍ଷା କରି ପଲଟାଇଲେ ମ୍ୟାଚ୍, ଜନ୍ମ ହେବା ପରଠୁ ଆରମ୍ଭ ହୋଇଥିଲା କ୍ରିକେଟ ଯାତ୍ରା
କହ ରଖୁଛି କି, ଚଳିତ ସିଜିନରେ ପୂର୍ବରୁ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟାସ ଆୟର ୨ ଥର ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସ୍ଲେ ଓଭର ରେଟ୍ ବୋଲିଂ ପାଇଁ ତାଙ୍କ ଉପରେ ପ୍ରଥମେ ୧୨ ଲକ୍ଷ ଏବଂ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା । ଏହା ସହିତ ଟିମ୍ ପ୍ଲେୟାରଙ୍କ ମ୍ୟାଚ୍ ଫିସ୍ ମଧ୍ୟ କଟିଥିଲା । ଯଦି ଆଉ ଥରେ ଆୟର ଏହି ଭୁଲ କରନ୍ତି ତେବେ ସେ ଆଇପିଏଲରୁ ବ୍ୟାନ୍ ହେବେ ।