ନୂଆଦିଲ୍ଲୀ : ଟି-୨୦ ବିଶ୍ବକପ ୨୦୨୬ର ଚାମ୍ପିୟନ ହୋଇଛି ଭାରତ । ନିକଟରେ ଭାରତରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟଥର ପାଇଁ ଟାଇଟଲ ନିଜ ନାଁରେ କରିଛି । ତେବେ ଟି-୨୦ ବିଶ୍ବକପ ୨୦୨୬ ଟିମରୁ ବାଦ୍ ପଡ଼ିଥିଲେ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ । ତାଙ୍କ ବଦଳରେ ଦଳରେ ଖେଳିବାର ପାଇଁ ସୁଯୋଗ ପାଇଥିଲେ ସଞ୍ଜୁ ସାମସନ ।

ତେବେ ଗିଲ୍ ବାଦ୍ ପଡ଼ିବାକୁ ନିଜର ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ପଚରା ଯାଇଥିଲା କି, ବାଦ୍ ପଡ଼ିବା ପରେ ଏବେ ଆଇପିଏଲରେ କିଛି ପ୍ରମାଣ ଦେବାକୁ ପଡ଼ିବ କି ? ଯାହାର ଉତ୍ତରରେ ସେ କହିଥିଲେ କି, ମୋତେ ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ । ମୁଁ ଟି-୨୦ ଦଳର ଉପଅଧିନାୟକ ପଦ ପୂର୍ବରୁ ତୁଲାଇଛି । ମୁଁ ଓପନର ଭାବେ ଖରାପ ପ୍ରଦର୍ଶନ କରୁଥିବାବେଳେ ସଞ୍ଜୁଙ୍କୁ ଦଳରେ ସୁଯୋଗ ମିଳିଲା । ସେ ପ୍ରଭାବଶାଳି ବ୍ୟାଟିଂ କରିଥିବାବେଳେ ଦଳକୁ କପ ଜିତାଇବାରେ ସହାୟକ ହେଲେ ।

ଏହାସହ ଗିଲ୍ କହିଛନ୍ତି କି, ମୁଁ ଆଇପିଏଲରେ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ । କାରଣ ତିନିରୁ ଚାରିଟି ସିଜିନରେ ସର୍ବାଧିକ ରନ୍ କରୁଛି ।ମୁଁ ଭାବୁଛି ମୁଁ ଜଣେ ବ୍ୟାଟସମ୍ୟାନ୍ ଭାବରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ତେଣୁ, ମୁଁ ଭାବୁନାହିଁ ଯେ ମୋତେ କାହାକୁ ମୋର ମୂଲ୍ୟ ପ୍ରମାଣ କରିବାକୁ ପଡିବ। ଚଳିତ ସିଜିନରେ ଆମ ଦଳ ଯଦି ଦମଦାର ପ୍ରଦର୍ଶନ କରେ ତାହେଲେ ଆମେ ପୁଣିଥରେ ଟ୍ରଫି ଜିତିପାରିବୁ ।

ଶୁଭମନ ଗିଲ ଆଇପିଏଲର ଇମ୍ପାକ୍ଟ ପ୍ଲେୟାର ନିୟମକୁ ସମାଲୋଚନା କରି କହିଛନ୍ତି ଯେ ଏହା ଖେଳରୁ ଦକ୍ଷତାକୁ ହଟାଇ ଦିଏ। ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ମଧ୍ୟ ଏହି ନିୟମ ବିରୋଧରେ କହିଛନ୍ତି। ଗିଲ କହିଛନ୍ତି, "ବ୍ୟକ୍ତିଗତ ଭାବରେ, ମୁଁ ଭାବୁନାହିଁ ଯେ ଜଣେ ଇମ୍ପାକ୍ଟ ପ୍ଲେୟାରର ଆବଶ୍ୟକତା ଅଛି। ମୁଁ ବିଶ୍ୱାସ କରେ କ୍ରିକେଟ ସାଧାରଣତଃ ୧୧ ଜଣ ଖେଳାଳିଙ୍କ ଖେଳ, ଏବଂ ଆମେ ଯେଉଁ ୱିକେଟରେ ଖେଳୁ, ସେଠାରେ ଜଣେ ଅତିରିକ୍ତ ବ୍ୟାଟସମ୍ୟାନଙ୍କୁ ଯୋଡିବା ଦ୍ୱାରା ଖେଳରୁ ଦକ୍ଷତା ହଟିଯାଏ।"

ଏହାସହ ପମନ୍ତୁ : ୧୧ ଜଣଙ୍କ ସହ ଯୋଡ଼ି ହୋଇଛି ନାଁ, ୫୦ ବର୍ଷ ବୟସରେ ବି ଅବିବାହିତ ସୁସ୍ମିତା ସେନ୍