ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ୍ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ । ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିଗତ କାରଣ ପାଇଁ ଖବରର ଶିରୋନାମା ପାଲଟିଥାନ୍ତି । ସୁସ୍ମିତା ନିଜର ଲଭ ଆଫେୟାର୍ସ ପାଇଁ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥାନ୍ତି । କ୍ୟାରିୟର ଆରମ୍ଭରୁ ନିଜର ଉଚ୍ଚତା ଏବଂ ଲୁକ ଦର୍ଶକଙ୍କ ମନମୋହଥିଲା । ତେବେ ଏହି ଅଭିନେତ୍ରୀ ୫୦ ବର୍ଷ ବୟସରେ ପହଞ୍ଚିଥିଲେ ସୁଦ୍ଧା ଆଜି ମଧ୍ୟ ଅବିବାହିତ ଅଛନ୍ତି । ଯଦିଓ ୧୧ ଜଣଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଛି ତଥାପି ସେ ବାହା ହୋଇନାହାନ୍ତି ।
୧୯୯୪ ମସିହାରେ ସୁସ୍ମିତା ମିସ୍ ୟୁନିଭର୍ସ ହୋଇଥିଲେ । ଏହି ଟାଇଟଲ ଜିତିବା ପରେ ରାତାରାତି ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇଥିଲେ । ୧୯୯୬ ମସିହାରେ ସେ ଫିଲ୍ମ "ଦସ୍ତକ" ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। କିନ୍ତୁ, ଏହି ଫିଲ୍ମଟି ବିଶେଷ ସଫଳତା ପାଇ ନଥିଲା। ଅଭିନୟରେ ଦର୍ଶକଙ୍କ ମନମୋହିଥିବା ସୁସ୍ମିତାଙ୍କ ନାମ ପ୍ରଥମେ ରଜତ ତାରାଙ୍କ ସହିତ ଯୋଡା ଯାଇଥିଲା। ସୁସ୍ମିତାଙ୍କ ପାଇଁ ରଜତ ତାଙ୍କ ଚାକିରି ମଧ୍ୟ ଛାଡି ଦେଇଥିଲେ। ତା'ପରେ ବିକ୍ରମ ଭଟ୍ଟ ତାଙ୍କ ଜୀବନରେ ପ୍ରବେଶ କରିଥିଲେ। କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ।
ପରେ ପରେ ସେ ତାଙ୍କଠାରୁ ଆଠ ବର୍ଷ ବଡ଼ ସଞ୍ଜୟ ନାରଙ୍ଗଙ୍କୁ ଡେଟ୍ କରୁଥିବା ନେଇ ମଧ୍ୟ ବହୁଳ ଭାବରେ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଗଲା। ଏହା ପରେ, ତାଙ୍କର ନାମ ରଣଦୀପ ହୁଡାଙ୍କ ସହ ଯୋଡାଗଲା । ଏହା ବ୍ୟତୀତ, ତାଙ୍କର ନାମ ପାକିସ୍ତାନୀ କ୍ରିକେଟର ୱାସିମ ଆକ୍ରମ, ଇମତିଆଜ ଖତ୍ରୀ, ବଣ୍ଟି ସଜଦେହ, ହ୍ରିତିକ୍ ଭାସିନ, ମୁଦାସର ଅଜିଜ୍ ଏବଂ ଲଳିତ ମୋଦିଙ୍କ ସହ ଯୋଡାଗଲା।
ଏହା ପରେ ରୋହମନ ଶାଲ ତାଙ୍କ ଜୀବନରେ ପ୍ରବେଶ କରିଥିଲେ। କିନ୍ତୁ ରୋହମନଙ୍କ ସହ ସମ୍ପର୍କ ପୂର୍ବରୁ, ଲଳିତ ମୋଦିଙ୍କ ସହିତ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ବ୍ୟାପକ ହଇଚଇ ସୃଷ୍ଟି କରିଥିଲା। ସେମାନଙ୍କ ନିର୍ବନ୍ଧର ଖବର ମଧ୍ୟ ଆସିଥିଲା।
ଏହାସହ ପଢ଼ନ୍ତୁ : ଆଇପିଏଲ ୨୦୨୬ : ଅଧିନାୟକଙ୍କ ଅଜଣା କଥା...