ନୂଆଦିଲ୍ଲୀ: ଶୁଭମନ ଗିଲ୍ ଟିମ୍ ଇଣ୍ଡିଆର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ । ତଥାପି ଟି-୨୦ ବିଶ୍ବକପରେ ତାଙ୍କୁ ସ୍ଥାନ ମିଳିନଥିଲା। ଯାହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି । କିନ୍ତୁ ଚଳିତ ଆଇପିଏଲରେ କମାଲ ବ୍ୟାଟିଂ କରିଛନ୍ତି ଗିଲ୍ । ସେ ୧୫ ପାଳିରେ ୭୨୨ ରନ୍ ସଂଗ୍ରହ କରିଛନ୍ତି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବଶାଳି ବ୍ୟାଟିଂ ଜାରି ରଖିଛନ୍ତି ଗିଲ୍ । ତେବେ ଦମଦାର ପ୍ରଦର୍ଶନ ପରେ ସେ ପୁଣିଥରେ ଟି-୨୦ ଦଳକୁ ଫେରିବେ କି ? ଏମିତି ଏକ ଚର୍ଚ୍ଚା ହେଉଥିବାବେଳେ ଏହାର ଉତ୍ତର ରଖିଛନ୍ତି ଗିଲ୍ ।
ଶୁଭମନ ଗିଲ କହିଛନ୍ତି କି, ଟି-୨୦ କ୍ରିକେଟରେ ତାଙ୍କର ବ୍ୟାଟିଂ ନୈରାଶ୍ୟଜନକ ରହିଥିଲା । କିନ୍ତୁ ମୁଁ ନିୟମିତଭାବେ ଉନ୍ନତି କରିବା ପାଇଁ ଚେଷ୍ଟା କରିଛି । ଯଦି ମୋତେ ଟି-୨୦ ଦଳରେ ସୁଯୋଗ ମିଳେ ତାହେଲେ ଖେଳିବି । ମୁଁ ସବୁବେଳେ ମୋ ଖେଳ ଉପରେ ଧ୍ୟାନ ଦେଉଛି । ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରୁଛି ।
୨୦୨୫ ମସିହାରେ ଦକ୍ଷିଣଆଫ୍ରିକା ବିପକ୍ଷ ଟି-୨୦ ସରିଜରେ ଶେଷଥର ପାଇଁ ଖେଳିଥିଲେ । ତାଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିଥିବାବେଳେ ତିନୋଟିଯାକ ଫର୍ମାଟରେ ଜଣେ ଉକୃଷ୍ଟ ଖେଳାଳିଭାବେ ଗଣାଯାଇଥିଲା । ମାତ୍ର ସେ ଏହାକୁ ପ୍ରମାଣ କରିବାରେ ବିଫଳ ହୋଇଥିଲେ । ଟି-୨୦ରେ ସେ ୧୫ ମ୍ୟାଚରେ ୨୯୧ ରନ କରିଥିଲେ । ଯେଉଁ କାରଣରୁ ୨୦୨୬ ଟି-୨୦ ବିଶ୍ବକପ ଦଳରେ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା ।
ଏବେ ଭାରତରେ ଟି-୨୦ ପ୍ଲେୟାରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଅଭିଷେକ ଶର୍ମା, ସଞ୍ଜୁ ସାମସନ ଏବଂ ଇଶାନ କିଷନଙ୍କ ଭଳି ଖେଳାଳି ରହିଥିବାବେଳେ ଗିଲ ପୁଣିଥରେ ଦଳରେ ସ୍ଥାନ ବଜାୟ ରଖିବା ପାଇଁ ଲଢ଼େଇ କରିବେ । ସେପଟେ ବିକଳ୍ପଭାବେ ବୈଭବ ସୂର୍ଯ୍ୟବଂଶୀ ଏବଂ ଜୟସ୍ବାଲ ମଧ୍ୟ ରହିଛନ୍ତି । ଏଭଳି ଏକ ସମୟରେ ଦଳରେ ଓପନିଂ ପାଇଁ କାହାକୁ ଚୟନ କରାଯିବା ଏହା ଚୟନକର୍ତ୍ତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବ ।
ଏହାସହ ପଢ଼ନ୍ତୁ : RCB vs GT Final: ଅହମ୍ମଦାବାଦ ପିଚ୍ ନଂ ୬... କ'ଣ ଫାଇନାଲରେ କାହାଣୀ ବଦଳାଇ ପାରିବେ କୋହଲି ?