ନୂଆଦିଲ୍ଲୀ, ୧୩।୫: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆସନ୍ତା ୧୪ ମେ ୨୦୨୬ ରିଖରେ ପ୍ରେମ, ସୌନ୍ଦର୍ଯ୍ୟ, ବିଳାସବ୍ୟସନ ଏବଂ ସୁଖ-ସମୃଦ୍ଧିର କାରକ ଗ୍ରହ ଶୁକ୍ର, ନିଜ ରାଶି ବୃଷରୁ ବାହାରି ବୁଧଙ୍କ ପ୍ରିୟ ରାଶି ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି । ଶୁକ୍ରଙ୍କର ଏହି ଗୋଚର ଫଳରେ ସମାଜରେ ସୃଜନଶୀଳତା, କଳା ଏବଂ ପାରସ୍ପରିକ ବୁଝାମଣା ବୃଦ୍ଧି ପାଇବ । ବିଶେଷ କରି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ:
୧. ମେଷ ରାଶି: ବଢ଼ିବ ଆତ୍ମବିଶ୍ୱାସ ଓ ସୃଜନଶୀଳତା
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଏହି ଚଳନ ଶୁଭଙ୍କର ହେବ। ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ନୂଆ ଚମକ ଆସିବ, ଯାହା ଦ୍ୱାରା ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ମିଡିଆ, ଲେଖନ କିମ୍ବା କଳା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ବଡ଼ ସଫଳତା ମିଳିବ । କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ, ନଚେତ୍ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ ।
୨. ବୃଷ ରାଶି: ଆର୍ଥିକ ଉନ୍ନତି ଓ ସୁଖ-ସୁବିଧାରେ ବୃଦ୍ଧି
ନିଜ ରାଶିରୁ ଶୁକ୍ରଙ୍କ ବିଦାୟ ପରେ ମଧ୍ୟ ବୃଷ ରାଶି ପାଇଁ ଏହି ସମୟ ବରଦାନ ସଦୃଶ ହେବ । ଆପଣଙ୍କ ବାଣୀରେ ମଧୁରତା ଆସିବ । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ଚାକିରିଆଙ୍କ ପାଇଁ ବୋନସ କିମ୍ବା ପଦୋନ୍ନତିର ଯୋଗ ରହିଛି । ଘରେ ସୁଖଶାନ୍ତି ବଜାୟ ରହିବ ଏବଂ ଭଲ ଖାଦ୍ୟପେୟର ଆନନ୍ଦ ନେବେ ।
୩. ସିଂହ ରାଶି: ପୂରଣ ହେବ ଅଧୁରା ସ୍ୱପ୍ନ
ସିଂହ ରାଶିର ଜାତକଙ୍କ ପାଇଁ ଏହି ସମୟଟି ସଫଳତାର ସମୟ । ଆପଣଙ୍କ କାମକୁ ସମାଜ ଓ କର୍ମକ୍ଷେତ୍ରରେ ଉଚିତ୍ ସମ୍ମାନ ମିଳିବ । ବହୁ ପ୍ରତିକ୍ଷିତ ଇଚ୍ଛା ପୂରଣ ହେବ । ପ୍ରେମ ସମ୍ପର୍କରେ ନିବିଡ଼ତା ଆସିବ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
୪. ଧନୁ ରାଶି: ଦାମ୍ପତ୍ୟ ଓ ବ୍ୟବସାୟରେ ସଫଳତା
ଶୁକ୍ରଙ୍କ ପ୍ରଭାବରେ ଧନୁ ରାଶିର ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠା ବଢ଼ିବ । ବିଶେଷ କରି ସମ୍ପର୍କ କ୍ଷେତ୍ରରେ ଏହା ଅନୁକୂଳ ରହିବ । ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବ । ଯଦି ବ୍ୟବସାୟରେ ଭାଗିଦାରୀ ଅଛି, ତେବେ ମୋଟା ଅଙ୍କର ଲାଭ ମିଳିବାର ସମ୍ଭାବନା ଅଛି । ନିଜ ବ୍ୟବହାରରେ ନମ୍ରତା ରଖନ୍ତୁ ।
୫. ମୀନ ରାଶି: ଗୃହରେ ସୁଖ ଓ ଶାନ୍ତିର ଆଗମନ
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ପାରିବାରିକ ସୁଖ ପ୍ରଦାନ କରିବ । ଘର ପାଇଁ ନୂଆ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିପାରନ୍ତି କିମ୍ବା ଘରର ମରାମତି କାମ କରିପାରନ୍ତି । ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ । ଘରୋଇ କଳହକୁ ଏଡ଼ାଇବା ପାଇଁ ଶାନ୍ତିରେ ସମସ୍ୟାର ସମାଧାନ କରନ୍ତୁ । ମୋଟାମୋଟି ଭାବେ, ଶୁକ୍ରଙ୍କର ଏହି ମିଥୁନ ରାଶି ଗମନ ଜୀବନରେ ଆନନ୍ଦ ଓ ସମୃଦ୍ଧିର ବାର୍ତ୍ତା ନେଇ ଆସୁଛି । ଏହି ସମୟ ମଧ୍ୟରେ ମା’ ଲକ୍ଷ୍ମୀଙ୍କର ଆରାଧନା କଲେ ଅଧିକ ଶୁଭଫଳ ମିଳିବ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି ।
ଆହୁରି ପଢ଼ନ୍ତୁ... Today Horoscope: ଏହି ରାଶିର ବ୍ୟକ୍ତିଙ୍କ ଶରୀରରେ କଷ୍ଟ ଦେଖାଦେଇପାରେ