ଭୁବନେଶ୍ୱର, ୩୦।୮: ଘୋଷଣା ହେଲା ଏସ୍ଆଇ ପରୀକ୍ଷା ତାରିଖ । ଏସ୍‌ଆଇ ରାଙ୍କର ସମସ୍ତ ସିପିଏସ୍‌ଇ-୨୦୨୪ ପରୀକ୍ଷା ହେବ । ଅକ୍ଟୋବର ୪ ଓ ୫ରେ ପରୀକ୍ଷା ହେବା ନେଇ ଘୋଷଣା ହୋଇଛି । ଓଏମ୍‌ଆର ସିଟ୍‌ ଜରିଆରେ ପରୀକ୍ଷାର୍ଥୀମାନେ ଲିଖିତ ପରୀକ୍ଷା ଦେବେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ସେପ୍ଟେମ୍ବର ୨୦ ପରଠୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । odishapolice.gov.in ୱେବସାଇଟ୍‌ରୁ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ।