PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର

ମୁମ୍ବାଇ ୦୭/ ୦୨: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ । ମଙ୍ଗଳବାର ଅଧିକାରୀକ ଭାବେ ଉଭୟ ପତି-ପତ୍ନୀ ହୋଇଛନ୍ତି । ଜୟସାଲମାରର ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହୋଇଛି ଗ୍ରାଣ୍ଡ୍‌ ଓ୍ବେଡିଂ । ବିବାହ ଉତ୍ସବରେ ସିଦ୍ଧାର୍ଥ ଓ କିଆରାଙ୍କ ପରିବାର ସଦସ୍ୟଙ୍କ ବ୍ୟତିତ ହାତଗଣତି କିଛି ବନ୍ଧୁ ଓ ପରିଜନ ଉପସ୍ଥିତ ଥିଲେ । ବଲିଉଡ ଚଳଚିତ୍ର ଜଗତର ମଧ୍ୟ କିଛି ସହ-କଳାକାର ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ।

ଫିଲ୍ମ ସେରଶାହ ପରେ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଗୁଜବ ଉଠିଥିଲା । ସିଦ୍ଧାର୍ଥ ମାଲହୋତ୍ରା କିଆରାଙ୍କୁ ଡେଟ୍‌ କରୁଥିବା ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା । ସେତେବେଳେ କିନ୍ତୁ ସମ୍ପର୍କକୁ ନେଇ ମୁହଁ ଖୋଲିନଥିଲେ ଉଭୟ । ଏବେ ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ । ସୋମବାର ବିବାହ ସମ୍ପନ୍ନ ହେବା ନେଇ ଖବର ମିଳିଥିଲା । କିନ୍ତୁ କୌଣସି କାରଣରୁ ବାହାଘର ମଙ୍ଗଳବାରକୁ ରଖାଯାଇଥିଲା ।

ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହ ଉତ୍ସବରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜୁହି ଚାଓ୍ବଲା, ସାହିଦ କପୁର, ମୀରା କପୁର, କରନ ଜୋହର ମଧ୍ୟ ବିବାହ ଉତ୍ସବରେ ସାମିଲ ହୋଇଥିବା କୁହାଯାଉଛି ।

ପଢନ୍ତୁ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ

ସମ୍ବନ୍ଧିତ ଖବର