PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାବା ସିଦ୍ଧେଶ୍ଵରଙ୍କ ପ୍ରଥମ ବାର୍ଷିକ ସାମ୍ବତ୍ସରି ମହୋତ୍ସବ, କଳସ ଯାତ୍ରାରେ ସାମିଲ ହେଲେ ୧୨୧ ମହିଳା

ନିମବାହାଳି, ୧୮।୧୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ନିମବାହାଳି ଗ୍ରାମରେ ବାବା ସିଦ୍ଧେଶ୍ଵର ମହାଦେବଙ୍କ ପ୍ରଥମ ସାମ୍ବତ୍ସରିକ ମହୋତ୍ସବ ଅନୁଷ୍ଠିତ ହେଉଛି । ଦୁଇଦିନ ଧରି ଏହି ଉତ୍ସବ ପାଳିତ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଅବସରରେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୨୧ ଜଣ ବ୍ରତଧାରୀ ମହିଳା ବାବା ସିଦ୍ଧେଶ୍ଵରଙ୍କ ପୀଠରୁ ବାଜା, ବାଣ ଓ ନାମ ସଂକୀର୍ତ୍ତନ ଦ୍ଵାରା ୫୫ ନଂ ଜାତୀୟ ରାଜପଥ କଡ଼ରେ ଥିବା ଲିଙ୍ଗରା ଯୋରରୁ ପୂର୍ଣ୍ଣ ଜଳ କଳସ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣ ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୋଧାମାନେ ଯୋଗଦେଇ କଳସ ଆନୟନ, ଅଙ୍କୁର ସ୍ଥାପନ, ମଣ୍ଡଳ କରଣ, ଅଧିବାସାଦି କର୍ମ ଓ ଅଗ୍ନି ସ୍ଥାପନ ଆଦି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣ ହେବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ଥିବା ବେଳେ ଆସନ୍ତାକାଲି ବାବା ସିଦ୍ଧେଶ୍ଵରଙ୍କ ରୁଦ୍ରାଭିଷେକ, ରୁଦ୍ରଯଜ୍ଞ, ସର୍ବ ଦେବାଦେବୀଙ୍କ ଯଜ୍ଞ, ପୂର୍ଣ୍ଣାହୁତି ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର