PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ରାହୁଲ ଗାନ୍ଧିଙ୍କୁ ସମର୍ଥନ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍: ପଟିଆଲା ଜେଲରୁ ବାହାରି ବର୍ଷିଲେ ସିଦ୍ଧୁ

ଅମୃତସର ୦୧/ ୦୪: କଂଗ୍ରେସ ନେତା ନବଜୋତ୍‌ ସିଂହ ସିଦ୍ଧୁ ପ୍ରାୟ ୧୦ ମାସ ପରେ ଜେଲରୁ ମୁକୁଳିଛନ୍ତି । ୧୯୮୮ ମସିହାରେ ଘଟିଥିବା ରୋଡ୍‌ ରେଜ୍‌ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ଷେ ଜେଲ୍‌ ଦଣ୍ଡାଦେଶ ପାଇଥିଲେ ସିଦ୍ଧୁ । ତେବେ ଜେଲ ମଧ୍ୟରେ ଉତ୍ତମ ବ୍ୟବହାର କାରଣରୁ ତାଙ୍କର ଦଣ୍ଡ ବିଧାନକୁ ୨ ମାସ କୋହଳ କରାଯାଇଥିଲା । ମେ ମାସରେ ସିଦ୍ଧୁ ମୁକ୍ତ ହେବାକୁ ଥିବା ବେଳେ ତାଙ୍କୁ ୨ ସମୟ ଅବଧିର ୨ ମାସ ପୂର୍ବରୁ ମୁକ୍ତ କରାଯାଇଛି । ତେବେ ଜେଲରୁ ବାହାରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସିଦ୍ଧୁ ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦକୁ ତୀବ୍ର ବିରୋଧ କରିବା ସହିତ ସିଧାସଳଖ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଟାର୍ଗେଟ୍‌ କରିଛନ୍ତି ସିଦ୍ଧୁ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବଜୋତ ସିଂହ ସିଦ୍ଧୁ କହିଛନ୍ତି, ‘ଲୋକତନ୍ତ୍ର ଏବେ ବେଡିରେ ବନ୍ଧା ହୋଇଛି । ସଂସ୍ଥାଗୁଡିକ ଗୋଲାମ ହୋଇଯାଇଛନ୍ତି । ଯେବେ ଠାରୁ ଦେଶରେ ତାନାସାହୀ ଆସିଛି ସେବେଠାରୁ କ୍ରାନ୍ତି ବି ଆସିଛି । ଆଉ ସେହି କ୍ରାନ୍ତିର ନାଁ ହେଉଛି ରାହୁଲ ଗାନ୍ଧି । ସେ ମୋଦି ସରକାରକୁ ଦୋହଲାଇ ଦେଇଛନ୍ତି । ଅପରାଧ ବିରୁଦ୍ଧରେ କଂଗ୍ରେସ କର୍ମୀ ଓ ନେତାମାନେ ଲଢେଇ କରୁଛନ୍ତି’।

କେବଳ କେନ୍ଦ୍ର ସରକାର ନୁହେଁ ପଞ୍ଜାବରେ ଶାସନ କରୁଥିବା ଆମ୍‌ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ନବଜୋତ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ କହିଛନ୍ତି, ପଞ୍ଜାବ ଭାରତର ଢାଲ । ଆଉ ତାକୁ ଭାଙ୍ଗିବାକୁ ପ୍ରୟାସ କରାଯାଉଛି । ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରାଯାଉଛି । ଯେଉଁଠି ବି ଅଳ୍ପସଂଖ୍ୟକ ସମୁଦାୟ ଅଧିକ ସଂଖ୍ୟାରେ ଅଛନ୍ତି ସେଠାରେ ଲୋକତନ୍ତ୍ର ନୁହେଁ ବରଂ କେନ୍ଦ୍ର ସରକାର ଷଡଯନ୍ତ୍ର କରନ୍ତି’।

ବିଜେପିକୁ ଟାର୍ଗେଟ୍‌ କରି ସିଦ୍ଧୁ କହିଛନ୍ତି, ‘ମୋଦି ସରକାର ଭୟ କରୁଛନ୍ତି । ସଂସଦରେ ବିରୋଧୀଙ୍କ ସ୍ବରକୁ ଚପାଇ ଦିଆଯାଉଛି । ଅଳ୍ପ ସଂଖ୍ୟକ ସମୁଦାୟଙ୍କୁ ଜାଣିଶୁଣି ଟାର୍ଗେଟ୍‌ କରାଯାଉଛି । ପଞ୍ଜାବକୁ ଦୁର୍ବଳ କରିବାକୁ ଚାହୁଁଥିବା ଲୋକେ ନିଜେ ଦୁର୍ବଳ ହୋଇଯିବେ’।

ପଢନ୍ତୁ: ହାଜତରୁ ବାହାରିଲେ ନବଜୋତ୍‌ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ମାମଲାରେ ଭୋଗିଥିଲେ ଜେଲ୍ ଦଣ୍ଡ

ସୂଚନାଯୋଗ୍ୟ ଯେ, ୧୯୮୮ ମସିହାରେ ଏକ ରୋଡ୍‌ ରେଜ୍‌ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯେଉଁଥିରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୩୪ ବର୍ଷ ପରେ ମାମଲାରେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ପଟିଆଲା କୋର୍ଟ । ପରେ ସିଦ୍ଧୁ ନିଜେ ଆସି କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ନବଜୋତ୍‌ ସିଂହ ସିଦ୍ଧୁଙ୍କ ଜେଲ ଦଣ୍ଡ ଅବଧି ଆସନ୍ତା ମେ ମାସରେ ଶେଷ ହେବାର ଥିଲା । ତେବେ ଜେଲ୍‌ ଭିତରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କାରଣରୁ ତାଙ୍କ ଦଣ୍ଡାଦେଶ ଅବଧି କମ୍‌ କରାଯାଇଥିଲା । ବର୍ଷେ ପରିବର୍ତ୍ତେ ୧୦ ମାସ ପରେ ସେ ଜେଲରୁ ମୁକୁଳିଛନ୍ତି ।

ସମ୍ବନ୍ଧିତ ଖବର