ନୂଆଦିଲ୍ଲୀ : ହାଇ କୋଲେଷ୍ଟ୍ରଲର ରୋଗ ଏକ ସାଇଲେଣ୍ଟ କିଲର ପରି , ଯାହା ଧିରେ ଧିରେ ମଣିଷକୁ ଆକ୍ରମଣ କରିଥାଏ। ଶରୀରରେ କୋଲେଷ୍ଟ୍ରଲ ଏକ ଚର୍ବି ବା ୱାକ୍ସ ଭଳି ପଦାର୍ଥ ହୋଇ ଥାଏ , ଯାହା ଶରୀରରେ କୋଷିକା , କିଛି ହର୍ମୋନ ଓ ଭିଟାମିନ୍-ଡି ତିଆରି କରିବାରେ ଆବଶ୍ୟକ ହୋଇଥାଏ। କିନ୍ତୁ ଯଦି ଶରୀରରେ କୋଲେଷ୍ଟ୍ରଲ୍ର ସ୍ତର ୨୦୦ ମିଲିଗ୍ରାମ୍ ପ୍ରତି ଡେସି ଲିଟର ବଢିଯାଏ ତ ତାହା ମଣିଷ ପାଇଁ ବିପଜ୍ଜନକ ହୋଇପାରେ। ଯେବେ ରକ୍ତରେ କୋଲେଷ୍ଟ୍ରଲର ସ୍ତର ବହୁତ ଅଧିକ ସମୟ ଯାଏ ରହିଥାଏ ତ ଏହା ହାର୍ଟରୋଗ ଓ ଷ୍ଟ୍ରୋକ୍ ଭଳି ଗୁରୁତର ରୋଗର କାରଣ ହୋଇଥାଏ।
ଏହାସହ ମଧ୍ୟ ପଢନ୍ତୁ : ଡାଇବେଟିସ୍ ସମସ୍ୟାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ଏହି ଯୋଗାସନ…
ଉଚ୍ଚ କୋଲେଷ୍ଟ୍ରଲ୍ର ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇ ଥାଏ , କାରଣ ଏହା ବହୁତ ବିଳମ୍ୱରେ ଜଣାପଡ଼ି ଥାଏ। ହାଇ କୋଲେଷ୍ଟ୍ରଲର ପ୍ରାରମ୍ଭିକ ଲକ୍ଷଣ ବହୁତ ହାଲକା ହୋଇଥାଏ , ଯାହାକୁ କେହି ନଜର ଦେଇ ପାରନ୍ତି ନାହିଁ। ଏହି କାରଣରୁ ଏହା ଶରୀରରେ ଧିରେ – ଧିରେ ବଢି ଚାଲେ ଏବଂ ଯେବେ ଏହା ବିଷୟରେ ଜଣାପଡ଼େ , ସେତେବେଳେ ସୁଦ୍ଧା ଏହା ଶରୀରର ବହୁତ କ୍ଷତି କରି ଦେଇ ଥାଏ। ହେଲେ ଯଦି ସାବଧାନତା ଅବଲମ୍ୱନ କରିବା ସହ ଏହା ଉପରେ ଧ୍ୟାନ ଦିଆଯାଏ ତ ହାଇ କୋଲେଷ୍ଟ୍ରଲର କିଛି ଲକ୍ଷଣକୁ ସହଜରେ ଜାଣି ହୋଇ ଥାଏ।

ପାଦ ଥଣ୍ଡା ପଡ଼ିଯିବା -
ଏହା ହାଇ କୋଲେଷ୍ଟ୍ରଲର ଆଉ ଏକ ଲକ୍ଷଣ। ଯଦି ଅଧିକ ତାପମାତ୍ରାରେ ମଧ୍ୟ ଆପଣଙ୍କୁ ପାଦରେ ଥଣ୍ଡା ଓ କମ୍ପନ ଅନୁଭବ ହେଉଥାଏ ତ ଏହା ପେରିଫେରଲ ଆର୍ଟରୀ ଡିଜିଜ୍ର ଲକ୍ଷଣ ହୋଇପାରେ। ଏହି ସ୍ଥିତି ଆରମ୍ଭରେ ଆପଣଙ୍କୁ ସମସ୍ୟା କରି ନପାରେ , କିନ୍ତୁ ଯଦି ଏହା ଦୀର୍ଘ ଦିନ ଯାଏ ରହିଥାଏ ତ ଏଥିରେ ଆଉ ବିଳମ୍ୱ ନକରନ୍ତୁ ଏବଂ ଡାକ୍ତରଙ୍କ ପାଖରେ ଏହାର ଯାଞ୍ଚ କରାନ୍ତୁ।
ଏହାସହ ମଧ୍ୟ ପଢନ୍ତୁ : ୩୦ ମିନଟରୁ ଅଧିକ ସମୟ ମୋବାଇଲ୍ ବ୍ୟବହାର କରୁଛନ୍ତି କି…
{"width":701,"height":394}
ହାଇ କୋଲେଷ୍ଟ୍ରଲ କାରଣରୁ ରକ୍ତ ବାହିକା ଗୁଡ଼ିକରେ ପ୍ଲାକ ଜମା ହେବାକୁ ଲାଗେ, ଯାହା ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ । ଯେବେ କିଛି ସ୍ଥାନରେ ରକ୍ତର ପ୍ରବାହ କମ ହୋଇଥାଏ , ତ ଏହା ଏହି ବିଶେଷ ଅଙ୍ଗର ସମଗ୍ର କାର୍ଯ୍ୟ ଓ ତ୍ୱଚାର ଗଠନକୁ ପ୍ରଭାବିତ କରିଥାଏ। ଏହି ସ୍ଥିତିରେ ଯଦି ଆପଣ ନିଜର ପାଦର ତ୍ୱଚାର ରଙ୍ଗ ଓ ଗଠନରେ କିଛି ପରିବର୍ତ୍ତନ ଦେଖୁଥାନ୍ତି ଏବଂ ଏହା ପଛରେ କୌଣସି କାରଣ ମିଳି ନଥାଏ ତ ସମ୍ଭବ କି ଏହା ହାଇ କୋଲେଷ୍ଟ୍ରଲ କାରଣରୁ ହୋଇଥାଏ ।