PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

କଂଗ୍ରେସରେ ଯୋଗ ଦେବେ ‘ବିଗ୍‌ବସ୍‌-୧୧’ର ବିଜୟିନୀ ଶିଳ୍ପା ସିନ୍ଧେ

ମୁମ୍ବାଇ: ‘ଭାବିଜୀ ଘର୍‌ପେ ନେହିଁ ହେଁ’ ସିରିୟଲ୍‌ର ଅଭିନେତ୍ରୀ ଶିଳ୍ପା ସିନ୍ଧେ କଂଗ୍ରେସରେ ଯୋଗ ଦେଇପାରନ୍ତି! ଯଦିଓ ଅଭିନେତ୍ରୀ ଶିଳ୍ପା ଏ ପ୍ରସଂଗରେ ନିଜର ମତ ରଖିବାକୁ ମନା କରିଛନ୍ତି ମାତ୍ର କଂଗ୍ରେସ ପକ୍ଷରୁ ସୂଚନା ରହିଛି ଯେ ‘ବିଗ୍‌ବସ୍‌’ ବିଜୟିନୀ ଶିଳ୍ପା ତାଙ୍କ ଦଳରେ ଯୋଗ ଦେବେ ବୋଲି। କଂଗ୍ରେସ ପକ୍ଷରୁ ସୂଚନା ମିଳିବା ପରେ ଶିଳ୍ପାଙ୍କ ପ୍ରଶଂସକଙ୍କ ଭିତରେ ଉତ୍କଣ୍ଠା ବୃଦ୍ଧି ପାଇଛି।

ସିନ୍ଧେ ୧୯୯୯ ମସିହାରେ ଲୋକପ୍ରିୟ ସିରିୟଲ୍‌ ‘ଭାବିଜୀ ଘର୍‌ପେ ନେହିଁ ହେଁ’ରେ ଅଙ୍ଗୋରି ଭାବି ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ୨୦୧୬ ମସିହାରେ ସେ ସୋ’ ଛାଡ଼ି ଦେଇଥିଲେ। ୨୦୧୭ ମସିହା ଅକ୍ଟୋବରରେ ସେ ଟିଭି ରିୟଲିଟି ସୋ’ ‘ବିଗ୍‌ବସ୍‌-୧୧’ରେ ଭାଗ ନେଇ ବିଜୟିନୀ ହୋଇଥିଲେ। ଶିଳ୍ପା ୧୯୭୭ ମସିହାରେ ମହାରାଷ୍ଟ୍ରର ଏକ ମଧ୍ୟମ ବର୍ଗ ପରିବାରେ ଜନ୍ମ ଲାଭ କରିଥିଲେ। ଶିଳ୍ପାଙ୍କ ବାପା ସତ୍ୟଦେବ ସିନ୍ଧେ ଥିଲେ ହାଇକର୍ଟେର ଜଜ୍‌। ତାଙ୍କର ୨୦୧୩ ମସିହାରେ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର