PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଏଲିଗେଣ୍ଟ ଲୁକ୍‌ ଦିଏ ରୁପା ଗହଣା, ଆପଣାନ୍ତୁ ଏହି ସବୁ ଷ୍ଟାଇଲ୍

ନୂଆଦିଲ୍ଲୀ ୧୨/୦୮: କଲେଜ ଗର୍ଲଙ୍କଠାରୁ ଆରମ୍ଭ କରି ଅଫିସ୍‌ ଯାଉଥିବା ମହିଳାଙ୍କ ଯାଏ ପ୍ରାୟ ସମସ୍ତେ ଲୁକ୍‌ରେ ପରିବର୍ତ୍ତନ ଆଣିବାକୁ  ପସନ୍ଦ କରିଥାନ୍ତି । ଏପରିକି ସବୁବେଳେ  ଲାଟେଷ୍ଟ ଟ୍ରେଣ୍ଡକୁ ଆପଣାଇବାକୁ ବେଶି ଭଲ ପାଇଥାନ୍ତି । ଯେପରିକି ଆଜିକାଲି ମାର୍କେଟ୍‌ରେ ରୁପା ଗହଣାର କ୍ରେଜ୍‌ କ୍ରମଶଃ ବଢିବାରେ ଲାଗିଛି । ଏହା ଷ୍ଟାଇଲିସ୍‌ ଲୁକ୍‌ ଦେବା ସହ ସୁରକ୍ଷିତ ଜୀବନ ମଧ୍ୟ ଦେଇପାରିଛି । ସୁନା  ଗହଣାକୁ ନେଇ ଚୋରୀର ଭୟ ବଢୁଥିବା  ବେଳେ ରୁପା ଗହଣା ମହିଳାମାନଙ୍କ ପାଇଁ  ଖୁବ୍‌ ସୁହାଇଛି ।

ବୋହୋ ଷ୍ଟାଇଲ୍‌

ଅଧିକାଂଶ କଲେଜ୍‌ ଗର୍ଲ ଏହି ଷ୍ଟାଲକୁ ଖୁବ୍‌ ପସନ୍ଦ କରୁଛନ୍ତି । ବୋହୋ ଷ୍ଟାଇଲ୍‌  ସହିତ ପ୍ରିଣ୍ଟେଡ୍‌ ଲଙ୍ଗ୍‌ ସ୍କର୍ଟ ଟିମ୍‌ଅପ୍‌ କରିପାରିବେ । ଏହା ସହିତ ରୁପା ରଙ୍ଗର  ଅକ୍ସିଡାଇଜ୍‌ଡ୍‌ ଚୋକର ଲମ୍ବା ହାର ଓ  ଷ୍ଟଡ୍‌ସ କାନ ଫୁଲ ପିନ୍ଧିପାରିବେ । ଏହି  ଡ୍ରେସ୍‌ରେ ନ୍ୟୁଡ୍‌ କଲର୍‌ର ଲିପଷ୍ଟିକ୍‌ ଓ  କାଜଲ୍‌ ଖୁବ୍‌ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ ।

ନୋଜ୍‌ ପିନ୍‌ ସହ

ଝୁମ୍‌କା ଯଦି ଆପଣ ନାକଫୁଲ୍‌ ପିନ୍ଧିବାକୁ ଭଲ ପାଉଥାନ୍ତି । ତେବେ ରୁପାର ନାକଫୁଲ୍‌ ବ୍ୟବହାର କରିପାରିବେ । ଷ୍ଟାଇଲିସ୍‌  ଲୁକ୍‌ ପାଇଁ ଆଖି ମେକ୍‌ଅପ୍‌ରେ ବୋଲ୍ଡ  ଡାର୍କ ଓ ନ୍ୟୁଡ୍‌ ବ୍ରାଉନ୍‌ ଲିପ୍‌ଷ୍ଟିକ୍‌ ଲଗାଇପାରିବେ ।

କୁର୍ତ୍ତି ସହ

ଯଦି ଆପଣ ପାରମ୍ପରିକ ପୋଷକ  ପସନ୍ଦ କରୁଥାନ୍ତି, ତେବେ ତା ସହ ରୁପାର ନେକ୍‌ଲେସ୍‌ ଓ କାନ ଫୁଲ  ବ୍ୟବହାର କରିପାରିବେ ।  ଏଥିସହିତ ହାତରେ ଅକ୍ସିଡାଇଜଡ୍‌ ଚୁଡି  ଟିମ୍‌ଅପ୍‌ କଲେ ଭଲ ଲାଗିବ । ଏହି  ଲୁକ୍‌ ସହ ହାଲ୍‌କା ମେକଅପ୍‌ ଓ ଲାଲ୍‌  ବା କୌଣସି ଗାଢା ଲିପଷ୍ଟିକ୍‌ ବ୍ୟବହାର କଲେ ଖୁବ୍‌ ମାନିଥାଏ । ସେହିପରି  ଇଣ୍ଡୋ-ୱେଷ୍ଟର୍ଣ୍ଣ ଡ୍ରେସ୍‌ ସହ ମଧ୍ୟ  ରୁପା ଗହଣା ପିନ୍ଧିପାରିବେ । ଯାହା  ଆପଣଙ୍କୁ ଅଲ୍‌ଟ୍ରା-ମଡର୍ଣ୍ଣ ଲୁକ୍‌  ଦେଇପାରିବ । ରୁପା ଗହଣାକୁ  ମଧ୍ୟ ଶାଢି ସହ ଟିମ୍‌ଅପ୍‌ କଲେ ଏଲିଗେଣ୍ଟ ଲୁକ୍‌ ଆସିଥାଏ ।