ନୂଆଦିଲ୍ଲୀ, ୧୭/୦୨ : ସୁନା-ରୁପା ଦରରେ ଲଗାତର ବ୍ରେକ୍। ଆହୁରି ଶସ୍ତା ହେଲା ରୁପା। ଖସିଲା ହଳଦିଆ ଧାତୁର ଚମକ। ସୋମବାର ସୁନା-ରୁପା ଦରରେ ବଡ଼ ହ୍ରାସ ହୋଇଥିଲା। ମଙ୍ଗଳବାର ମଧ୍ୟ ବଜାରରେ ଏହି ଟ୍ରେଣ୍ଡ୍ ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ବଜାର ଖୋଲୁ ଖୋଲୁ ରୁପା ଦର ୪ ହଜାର ୬୦୦ ଟଙ୍କା ଶସ୍ତା ହୋଇଛି। ହାଇ ଲେବୁଲରୁ ରୁପା ଏବେ ଲକ୍ଷେ ୮୦ ହଜାର ଶସ୍ତାରେ ବିକ୍ରି ହେଉଛି। ସେହିପରି ସୁନା ୩୮ ହଜାର ଟଙ୍କା ଶସ୍ତା ହୋଇଛି।
ସୂଚନା ଥାଉକି, ଜାନୁଆରୀ ୨୯ରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପ୍ରତି ୪ ଲକ୍ଷ ପାର୍ କରିଥିଲା। ରୁପା ଦର ୪ ଲକ୍ଷ ୨୦ ହଜାର ୪୮ ଟଙ୍କାରେ ପହଞ୍ଚିଥିଲା। ଏହି ହାଇ ଲେବୁଲରୁ ରୁପା ଏବେ ସୁଦ୍ଧା ଲକ୍ଷେ ୮୦ ହଜାର ୧୫୭ ଟଙ୍କା ଶସ୍ତା ହୋଇଛି। ମଙ୍ଗଳବାର ମଧ୍ୟ ବଜାର ଖୋଲୁ ଖୋଲୁ ରୁପା ଦରରେ ହ୍ରାସ ହୋଇଛି। ସୋମବାର ମାର୍ଚ୍ଚ ୫ରେ ଅବଧି ଶେଷ ହେଉଥିବା ରୁପା ସୋମବାର ପ୍ରତି କିଲୋଗ୍ରାମ ୨,୩୯,୮୯୧ରେ ବନ୍ଦ ହୋଇଥିଲା। ତା'ପରେ ବଜାର ଖୋଲିବା ସମୟରେ ୨,୩୫,୨୦୬ ଟଙ୍କାକୁ ହ୍ରାସ ପାଇଥିଲା।
ସେହିପରି ସୁନା ଦରରେ ମଧ୍ୟ ଲଗାତାର ହ୍ରାସ ଘଟୁଛି। ମଙ୍ଗଳବାର ଏପ୍ରିଲ ୨ରେ ଅବଧି ଶେଷ ହେଉଥିବା ସୁନା ଏହାର ପୂର୍ବ ବନ୍ଦ ମୂଲ୍ୟ ୧,୫୪,୭୬୦ ରୁ ପ୍ରତି ୧୦ ଗ୍ରାମ ପିଛା ୧,୫୩,୫୫୦କୁ ହ୍ରାସ ପାଇଛି। ଅର୍ଥାତ୍ MCX ସୁନା ଦର ୧୨୧୦ ଟଙ୍କା ଶସ୍ତା ହୋଇଛି। ଜାନୁଆରୀ ୨୯ ତାରିଖରେ ସୁନା ଦର ମଧ୍ୟ ରୂପା ସହିତ ତାଳ ଦେଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୯୩,୦୯୬ରେ ପହଞ୍ଚିଥିଲା।ଏହାପରେ ଲଗାତର କ୍ରାସ୍ ହେଉଛି। ସୁନା ଏବେ ସୁଦ୍ଧା ହାଇ ଲେବୁଲରୁ ୩୮ ହଜାର ୩୩୬ ଟଙ୍କା ଶସ୍ତା ହୋଇଛି।
ଏହି ଖବରଟିକୁ ପଢନ୍ତୁ- ଖୁବ୍ ସୁନା ବିକ୍ରି କରୁଛନ୍ତି ଏହି ଦେଶ , କ୍ରୟ କରିବାରେ କିଏ ଅଛି ଆଗରେ ...ଜାଣନ୍ତୁ ଭାରତର ନମ୍ୱର କେତେ