PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସୀମାନ୍ତରେ ଆପରାଧିକ କାର୍ଯ୍ୟରେ ଲାଗିଛି ଓଡ଼ିଶା ସିମ୍‌, ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ଭଦ୍ରକ ୧୯/୧୧: କମ୍ପାନି ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ସିମ୍‌ କାର୍ଡ଼ ଯୋଗାଇଥିବା ଭଦ୍ରକ ଚରମ୍ପା ଅଞ୍ଚଳର ଜଣେ ଯୁବକଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସର ସାଇବର ଟିମ୍‌ । ସମ୍ପୃକ୍ତ ଯୁବକ ହେଲେ ଗୌତମ ସାହୁ । ସେ ଏକ ନିର୍ଦ୍ଧିଷ୍ଟ ମୋବାଇଲ କମ୍ପାନିର ପ୍ରସାର ପରିଚାଳକ ଥିଲେ । କିଛି ମାସ ପୂର୍ବେ ଗୌତମ ପ୍ରାୟ ୧୦ଟି ସିମ୍‌ କାର୍ଡ଼ ବାହାର ରାଜ୍ୟର କେତେକ ବ୍ୟକ୍ତିଙ୍କୁ ଇସ୍ୟୁ କରିଥିଲେ । ଉଦ୍ଦେଶ୍ୟ ଥିଲା କମ୍ପାନିର ଟାର୍ଗେଟ ପୂରଣ କରିବା । କିନ୍ତୁ ସେ ଜାଣି ନଥିଲେ ଏମିତି ଫସିଯିବେ ବୋଲି । ଏସମସ୍ତ ସିମ୍‌ କାର୍ଡ଼ର ଅପବ୍ୟବହାର ହୋଇଥିବା ଓ ଆପରାଧିକ କାର୍ଯ୍ୟରେ ବ୍ୟବହାର ହୋଇଥିବା ଜଣାପଡ଼ିଛି ।

ଯାହାକି ଦିଲ୍ଲୀ ପୁଲିସ ସାଇବର ସେଲ ନଜରକୁ ଆସିଥିଲା । ପରେ ଦିଲ୍ଲୀ ପୁଲିସର ଏକ ୪ ଜଣିଆ ଟିମ ଚରମ୍ପାରେ ୩ ଦିନ ଧରି ଡେରା ପକାଇଥିଲେ । ଆବଶ୍ୟକ ଖୋଳତାଡ଼ ପରେ ଅଧିକ ତଦନ୍ତ ପାଇଁ ଗୌତମଙ୍କୁ ଦିଲ୍ଲୀ ନେଇଛନ୍ତି ।

ସୂଚନାଯୋଗ୍ୟ, ରାଜସ୍ଥାନ-ହରିଆନା ସୀମାନ୍ତ ମେୱାତରେ ବହୁ ସଂଖ୍ୟାରେ ଜାଲ ସିମ୍‌କାର୍ଡ ବ୍ୟବହାର ହେଉଥିବା ଦିଲ୍ଲୀ ପୁଲିସର ସାଇବର ସେଲ ଜାଣିବାକୁ ପାଇଥିଲା । ମେୱାତ ଅଞ୍ଚଳର କିଛି ଯୁବକ ଭଦ୍ରକ ଚରମ୍ପାର ଏକ ଲଜ୍‌ରେ ରହିବା ବେଳେ ଗୌତମଙ୍କ ସମ୍ପର୍କରେ ଆସିଥିଲେ । ସେମାନେ ଅଧିକ ମୂଲ୍ୟ ଦେଇ ଗୌତମଙ୍କଠାରୁ ୧୦ରୁ ଅଧିକ ସିମ ପ୍ରଥମ ଦଫାରେ ନେଇଥିଲେ । ଗୌତମ ଲୋଭ ଓ କମ୍ପାନିର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଭଦ୍ରକର ଜଣେ ଜଣେ ଲୋକଙ୍କଠାରୁ ଏକାଧିକବାର ବାୟୋମେଟ୍ରିକ/ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିବା ସହ ଉପରୋକ୍ତ ଅଞ୍ଚଳର ବ୍ୟକ୍ତିବିଶେଷଙ୍କୁ ସିମ୍‌ କାର୍ଡ ଇସ୍ୟୁ କରିଥିଲେ ।