PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଲଞ୍ଚ୍ ହେଲା ସବୁଠାରୁ ଅଧିକ ରେଞ୍ଜ ଦେଉଥିବା ଇଲେକ୍ଟ୍ରିକ୍ ସ୍କୁଟର ! ଜାଣନ୍ତୁ ଦାମ୍ ଏବଂ ଫିଚର୍ସ…

ନୂଆଦିଲ୍ଲୀ ୨୩/୫: ଆଜି ଭାରତୀୟ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ମାର୍କେଟରେ ଆଉ ଏକ ନୂଆ କମ୍ପାନୀ ଏଣ୍ଟ୍ରି ମାରିଛି । ବେଙ୍ଗାଲୁରୁ ବେଷ୍ଟ୍ଡ Simple Energy  ଆଜି ନିଜ ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର Simple One ଲଞ୍ଚ୍ କରିଛି । ସ୍ପୋର୍ଟି ଲୁକ୍ ଏବଂ ଦମଦାର ବ୍ୟାଟେରୀ ପ୍ୟାକ୍ ସହିତ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ କମ୍ପାନୀ କହିଛି କି ଏହା ସେଗମେଣ୍ଟରେ ସବୁଠାରୁ ଅଧିକ ଡ୍ରାଇଭିଂ ରେଞ୍ଜ ଦେବ । ଏହା ବ୍ୟତୀତ ଏହା ସବୁଠାରୁ ଫାଷ୍ଟେଷ୍ଟ୍ ଇଲେକ୍ଟ୍ରିକ୍ ସ୍କୁଟର । ଏହା ସମୁଦାୟ ୬ ରଙ୍ଗରେ ଆସିଥାଏ ଯେଉଁଥିରେ ୪ ରେଗୁଲାର କଲର ଏବଂ ୨ଟି ସ୍ପେଶାଲ କଲର ସାମିଲ । ଏହାର ପ୍ରାରମ୍ଭିକ ଦାମ୍ ୧.୪୫ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ନିର୍ଦ୍ଧାରିତ କରାଯାଇଛି ।

Simple One ଇଲେକ୍ଟ୍ରିକ୍ ସ୍କୁଟର ୧,୫୮,୦୦୦ ଟଙ୍କା ଦାମରେ ଉପଲବ୍ଧ ହେବ । ଏହି ଦାମରେ ଏକ ୭୫୦ ଡବ୍ଲୁ ଚାର୍ଜର ମଧ୍ୟ ସାମିଲ ହେବ । ୧୫ ଅଗଷ୍ଟ ୨୦୨୧ରେ କମ୍ପାନୀ ପ୍ରଥମ ଥର ସ୍କୁଟରକୁ ପ୍ରଦର୍ଶିତ କରିଥିଲା । ପ୍ରାୟ ୨ ବର୍ଷ ପରେ କମ୍ପାନୀ ଏହାକୁ ଅଫିସିଆଲ୍ ରୂପେ ବିକ୍ରି ପାଇଁ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହି ସ୍କୁଟରର ଡେଲିଭରୀ ଆଗାମୀ ୬ ଜୁନରୁ ଆରମ୍ଭ କରିବ ।  କମ୍ପାନୀ କହିଛି କି ଗତ ୧୮ ମାସରେ ସିମ୍ପଲ ୱନର ୧ ଲକ୍ଷରୁ ଅଧିକ ପ୍ରି ବୁକିଂ ମିଳିସାରିଛି । ଏବେ ଅଫିସିଆଲ୍ ରୂପେ ଲଞ୍ଚ୍ ସହିତ କମ୍ପାନୀର ଯୋଜନା ଗ୍ରାହକଙ୍କୁ ଚରଣବଦ୍ଧ ଉପାୟରେ ଡେଲିଭରୀ ସୁବିଧା ପ୍ରଦାନ କରିବା । ବେଙ୍ଗାଲୁରୁରୁ ଏହା ଆରମ୍ଭ ହେବ ।

ସିମ୍ପଲ ୱନ ଏବେ ଫିକ୍ସ୍ଡ ଏବଂ ରିମୁଭେବଲ ବ୍ୟାଟେରୀ ସହିତ ଉପଲବ୍ଧ ହେବ । ଏହା ଆଇଡିସିରେ ୨୧୨ କିଲୋମିଟରର ଦମଦାର ରେଞ୍ଜ ପ୍ରଦାନ କରିବ ଏବଂ ଭାରତରେ ସବୁଠାରୁ ଅଧିକ ରେଞ୍ଜ ପ୍ରଦାନ କରୁଥିବା ଇଲେକ୍ଟ୍ରିକ୍ ସ୍କୁଟର ଭାବେ ପରିଗଣିତ ହେବ । ଏହା ବ୍ୟତୀତ ନିଜ ସେଗମେଣ୍ଟରେ ଏହା ସବୁଠାରୁ ଫାଷ୍ଟ ଇଲେକ୍ଟ୍ରିକ୍ ସ୍କୁଟର ମଧ୍ୟ ହେବ । ଏହା ପ୍ରାୟ ୨.୭୭ ସେକେଣ୍ଡରେ ୦-୪୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଏହା ଥର୍ମାଲ ମ୍ୟାନେଜମେଣ୍ଟ ସିଷ୍ଟମ ସହିତ ଆସୁଥିବା ପ୍ରଥମ ଇ-ସ୍କୁଟର ଯାହାକୁ ଆଇଆଇଟି-ଇନ୍ଦୋରର ସହଯୋଗରେ ବିକଶିତ କରାଯାଇଛି ଯାହା କୌଣସି ବି ଥର୍ମାଲ ରନୱେକୁ କମ୍ କରିବାରେ ସାହାଯ୍ୟ କରିବ । ଅର୍ଥାତ୍ ସ୍କୁଟରରେ ନିଆଁ ଲାଗିବା ସମ୍ଭାବନା ବହୁତ କମ୍ ।