ସିନ୍ଧେକେଲା ଥାନା ଅଧିକାରୀ ନିଲମ୍ବିତ, ଦଫା କୋହଳ କରିବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଆଲୋକ ବେହେରା

ବଲାଙ୍ଗିର, ୯/୧୨ : ସିନ୍ଧେକେଲା ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ଡିଜିପି। ଗତ ୪ ତାରିଖରେ ୨୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା। ଆଜି ତାଙ୍କୁ ଡିଜିପି ନିଲମ୍ବନ କରିଥିବା ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାନୁଯାୟୀ, ଗତ ୪ ତାରିଖରେ ଆଇଆଇସି ଆଲୋକ ବେହେରା ଏକ ପୁରୁଣା ମାମଲାର ଚାର୍ଜସିଟରେ ଦଫା କୋହଳ କରିବାକୁ ଲାଞ୍ଚ ନେଉଥିଲେ। ବଲାଙ୍ଗିର, ବରଗଡ଼ ଏବଂ ସମ୍ବଲପୁର ଭିଜିଲାନ୍ସ ମିଳିତ ଭାବରେ ଚଢ଼ାଉ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏହାପରେ ଥାନା ସମେତ ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଥିଲା।