PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଦଶହରା ଉତ୍ସବରେ ବଙ୍ଗୀୟ ସଂପ୍ରଦାୟର ଭିନ୍ନ ପରମ୍ପରା, ଦୁର୍ଗା ମଣ୍ଡପରେ ମହିଳାଙ୍କ ସିନ୍ଦୁରଖେଳ

ମାଲକାନଗିରି ,୫।୧୦ (ଆପ୍ର) ମାଲକାନଗିରି ଜିଲ୍ଲା ସଦର ମହକୁମା ଦଣ୍ଡକାରଣ୍ୟ ସାର୍ବ ଜନୀନ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ଦଶହରା ଉତ୍ସବର ମୂଖ୍ୟଆକର୍ଷଣ ଥିଲା ମହିଳା ମାନଙ୍କ ସିନ୍ଦୁର ଖେଳ ।ଏହି ସିନ୍ଦୁର ଖେଳ ଦେଖିବାକୁ ଶତାଧିକ ମହିଳା ଓ ପୁରୁଷ ଙ୍କ ସହିତ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା । ଶତାଧିକ ସଧବା ଓ ନୂଆବିବାହିତା ବଙ୍ଗିୟ ଭାଷାଭାଷି ମହିଳାମାନେ ହାତରେ ସିନ୍ଦୁର ଫରୁଆ ଓ ପୂଜା ଥାଳି ଧରି ପୂଜାମଣ୍ଡପ ନିକଟରେ ପହଁଚିଥିଲେ । ଧୂପ , ଦୀପ , ମିଠା , ଭୋଗ , ସିନ୍ଦୁର , ପାନପତ୍ର ନେଇ ମା’ ଦୁର୍ଗାଙ୍କୁ ପ୍ରଥମେ ବନ୍ଦାପନା କରି ମା’ ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ମିଠା ଓ ପାନ ଖୁଆଇଥିଲେ , ବନ୍ଦାପନାପରେ ମା’ଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ସିନ୍ଦୂର ବୋଳା ବୋଳି ହୋଇ ମହିଳା ମାନେ ସିନ୍ଦୁର ଖେଳ ଖେଳି କୋଳା କୋଳି ହୋଇ ପରସ୍ପରଙ୍କୁ ମିଠା ଖୁଆଇଥିଲେ ।

ସିନ୍ଦୂର ଖେଳ ସରିବାପରେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଦଶହରା ବିସର୍ଜନ ପାଇଁ ମା’ଙ୍କୁ ପ୍ରସ୍ତୁତ କରିଥିଲେ । ମାଲକାନଗିରି ଡିଏନକେ ଖେଳପଡିଆ ଦଣ୍ଡକାରଣ୍ୟ ସାର୍ବଜନୀନ ପୂଜା ମଣ୍ଡପ ରେ ଦୀର୍ଷ ୬୦ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ଏଠାରେ ବଙ୍ଗୀୟ ଭାଷାଭାଷୀ ଓ ଓଡିଆ ଭାଷାଭାଷୀଙ୍କ ପରମ୍ପରା ଅନୁସାରେ ପୂଜା ହୋଇଥାଏ । ବଙ୍ଗୀୟ ସଂପ୍ରଦାୟଙ୍କ ପରମ୍ପରାରେ ପ୍ରତି ବର୍ଷ ମା’ଙ୍କ ଦଶହରା ଉତ୍ସବ ସମୟରେ ସମସ୍ତ ବଙ୍ଗୀୟ ମହିଳା ମାନେ ଏକତ୍ରୀତ ହୋଇ ମା’ଙ୍କୁ ବନ୍ଦାପନା କରିଥାନ୍ତି ।ଏହି ସମୟରେ ବ୍ରାହ୍ମଣ କିମ୍ବା ପଣ୍ଡିତ ଙ୍କର ଆବଶ୍ୟକତା ପଡିନଥାଏ । ମା’ପୂଜା ପାଇ ସାରିଲା ପରେ ମହିଳା ମାନେ ମଣ୍ଡପରେ ନିଜ ନିଜଭିତରେ ସିନ୍ଦୂର ବୋଳା ବୋଳି ହୋଇ ଢୋଲ ମାଦଳର ତାଳେ ମା’ଙ୍କ ବନ୍ଦନା ଗାଇ ନୃତ୍ୟ ପରିବେଷଣ କରିଥାନ୍ତି ।