ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସିଙ୍ଗାପୁର ରାଷ୍ଟ୍ରପତି- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ; ଓଡ଼ିଶା- ସିଙ୍ଗାପୁର ୮ପ୍ରକଳ୍ପ ରାଜିନାମା

Published By : Gurupada Nath | January 17, 2025 6:53 PM

ଭୁବନେଶ୍ବର, ୧୭/୧ :  ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ସ୍ୱାକ୍ଷର ହେଲା ୮ MOU । ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର, ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ, IIT ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ MOU ସ୍ବାକ୍ଷର, ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ MOU, ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର, ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ MOU ,  ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର, ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ MOU,  ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ GFTN ସହ ଭଳି ଗୁରୁତ୍ବପୂର୍ଣ୍ଣ MOU ହୋଇଛି ।

ସିଙ୍ଗପୁର ଆଇଟିଇଏସ କମ୍ପାନୀ ସହିତ ଚୁକ୍ତିନାମା ସ୍ବାକ୍ଷର କଲେ ଓଡିଶା ସରକାର। ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏହା ସୂଚାଉଛି ଯେ, ଉତ୍କର୍ଷ ଓଡ଼ିଶା ଉତ୍କର୍ଷ ହେବ। ଏହା ଶିଳ୍ପ ଓ ସ୍କିଲ ଡେଭେଲପମେଣ୍ଟ ବିଭାଗ ପାଇଁ ଏହା ଭଲ ହେବ। ଆଜି ସିଙ୍ଗାପୁର ITES ସହ MOU ସ୍ଵାକ୍ଷର ହୋଇଛି। ସେମି କଣ୍ଡକ୍ଟରର ଯେହେତୁ ଚାହିଦା ବଢୁଛି, ତାକୁ ଲକ୍ଷ୍ୟ କରି MOU ହୋଇଛି। ଯୁବକଙ୍କୁ ଦକ୍ଷ କରାଯିବ। ସିଙ୍ଗାପୁର ସରକାର ସହ ଇଂଡଷ୍ଟ୍ରିଆଲ ପାର୍କ ନିର୍ମାଣ ନେଇ କାମ ହେବ। ପାରାଦ୍ୱୀପରେ ଗ୍ରୀନ ହାଇଡ୍ରୋଜେନ ମାନୁଫାକଚରିଙ୍ଗ ନେଇ MOU ହୋଇଛି। ସିଙ୍ଗାପୁର ସହ ମିଶି ପାରାଦ୍ୱୀପ ପେଟ୍ରୋ କେମିକାଲ ହବ କରାଯିବ। ଓଡ଼ିଆ ଯୁବକ ନିଯୁକ୍ତି ପାଇବେ। ଉତ୍କର୍ଷ ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ଯୋଗ ଦେବାକୁ କଥା ହୋଇଛି। ଗତ ୬ ମାସରେ ୨ ଲକ୍ଷ ୪୦ହଜାର କୋଟି ଟଙ୍କାର ନିବେଶ ପାଇଁ ଅନୁମୋଦନ ଦେଇଛନ୍ତି ସରକାର। ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶାରେ କାର୍ଯ୍ୟକ୍ରମ ଯୋଗଦେବେ। ପୋସ୍କୋ JSW କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବେ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ।

ଅପରାହ୍ନ ୪ଟାରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିବା ସହ ୱାର୍ଲଡ଼ ସ୍କିଲ୍ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ଆସନ୍ତାକାଲି ରଘୁରାଜପୁର ହେରିଟେଜ୍ ଭିଲେଜ୍ ଓ ଆଇଓସିଏଲ ଇଣ୍ଟରପେସନ୍ ବୁଲି ଦେଖିବେ । ଏଥିସହ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଏହା ସହ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.