ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡି ଅଢେଇ ବର୍ଷ ଶିଶୁର ମୃତ୍ୟୁ, ଅଞ୍ଚଳରେ ଶୋକାକୁଳ ପରିବେଶ

ନୀଳଗିରି,୨୩/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଧୋବଶିଳା ପଞ୍ଚାୟତ ଚଲଣାପାଳ ଗାଁରେ ଘଟିଛି ଅଘଟଣ। ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡି ଅଢେଇ ବର୍ଷର ଶିଶୁ ମୃତ ହୋଇଛି। ମୃତକ ହେଲେ ତପନ ସିଂର ଅଢେଇ ବର୍ଷର ଅମିତ।
ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲା।ଫଳରେ ତାଙ୍କୁ ଖୋଜାଖୋଜି କରିବା ପରେ ଖାଦାନରୁ ଉଦ୍ଧାର କରାଯିବା ବେଳକୁ ତାର ପ୍ରାଣବାୟୁ ଉଡି ଯାଇଥିଲା। ଶିଶୁଟିର ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଖାଦାନ କରିବା ପରେ ଖାଲ ପୋତିବା ନିୟମ ଥିବାରୁ ଖାଦାନ ଲିଜଧାରୀ ଖାଦାନ ଛାଡ଼ିଦେଇ ଯାଇଥିବାରୁ ବର୍ଷା ପାଣି ଜମି ଏବେ ମରଣ ଯନ୍ତା ପାଲଟିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରଛନ୍ତି।