ବ୍ରହ୍ମପୁର, ୧୩/୧୨ ଆସନ୍ତା ୧୪ ତାରିଖରେ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ପକ୍ଷରୁ ମଧୁମେହ ରୋଗର ସଚେତନତା ଉଦ୍ଦେଶ୍ୟରେ ଆୟୋଜନ ହୋଇଛି ମିନି ୱାକଥନ୍ । ବ୍ରହ୍ମପୁର ଗାନ୍ଧିନଗର ଛକ ଗାନ୍ଧି ମୂର୍ତ୍ତି ପାଖରୁ ସକାଳ ୬ଟାରେ ଏହି ୱାକାଥନ୍ର ଶୁଭାରମ୍ଭ ହେବ । ସେଠାରୁ ଗାନ୍ଧିନଗର ତଳ ରୋଡ଼, ସବ୍ରେଜିଷ୍ଟ୍ରି ଅଫିସ୍, ଟାଉନ୍ ଥାନା ହୋଇ ରାମଲିଙ୍ଗମ୍ ପାର୍କରେ ପହଞ୍ଚିବ । ପାର୍କରେ ଲୋକଙ୍କୁ ସଚେତନ କରାଯିବା ସହ ନିଃଶୁଳ୍କ ରକ୍ତ ଶର୍କରା ପରୀକ୍ଷା କାର୍ଯ୍ୟକ୍ରମ ରହିଥିବା ସମ୍ ହସ୍ପିଟାଲ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି । ସୁସ୍ଥ ସମାଜ ଗଠନ କରିବା ହସ୍ପିଟାଲର ଲକ୍ଷ୍ୟ । ସେହି ଲକ୍ଷ୍ୟକୁ ଆଧାର କରି ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଏଥିରେ ବହୁ ମାନ୍ୟଗଣ୍ୟବ୍ୟକ୍ତି ବିଶେଷ, ସଚେତନ ନାଗରିକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇ ସଚେତନତାର ବାର୍ତ୍ତା ଦେବେ ।