ନୂଆଦିଲ୍ଲୀ ୦୧/୧୨: ଶୀତଦିନ ଆରମ୍ଭ ହେବା ମାତ୍ରେ ସବୁଠାରୁ ବଡ ସମସ୍ୟା ହେଉଛି ଶୁଷ୍କ ଚର୍ମ। ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଶୁଖିଲା ଦେଖାଯାଏ। ଯଦି ଆପଣଙ୍କ ଚର୍ମ ଶୀତଦିନେ ଅଧିକ ଶୁଖିଲା ହୋଇଯାଉଛି, ତାହେଲେ ବର୍ତ୍ତମାନ ଏହାର ଯତ୍ନ ନେବା ଆରମ୍ଭ କରନ୍ତୁ । ଚେହେରାରେ ଉଜ୍ଜ୍ୱଳତା ବଜାୟ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଅଲିଭ୍ ଅଏଲ ଲଗାଇବା ।
{"id":501469,"sizeSlug":"full","linkDestination":"none"}
ଅଲିଭ୍ ଅଏଲ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଖାଦ୍ୟ ସହ ଏହା ଚର୍ମ ଓ କେଶରେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କ ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣକୁ ଶୀଘ୍ର ଆଣିବାକୁ ଦିଏନାହିଁ । ଏଥି ସହ ଶୀତଦିନେ ଏହାକୁ ମୁହଁରେ ଲଗାଇଲେ ଆପଣଙ୍କ ତ୍ୱଚା ଶୁଖିଲା ହୁଏ ନାହିଁ।
ଅଲିଭ୍ ଅଏଲରେ ଭିଟାମିନ୍ ଏ, ଡି, ଇ ଓ କେ ଥାଏ। ଏହା ଚର୍ମ ପାଇଁ ବହୁତ ଲାଭଦାୟକ । ଅଲିଭ୍ ଅଏଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ। ଏହା ଚର୍ମ ପାଇଁ ସର୍ବୋତ୍ତମ ମଶ୍ଚରାଏଜର । ଏହା ଚର୍ମ ଓ କେଶରେ ଉଜ୍ଜ୍ୱଳତା ଆଣିଥାଏ ।
{"id":501473,"sizeSlug":"full","linkDestination":"none"}
ଯଦି ଆପଣଙ୍କ ଚର୍ମ ବହୁତ ଶୁଖିଲା ତାହେଲେ ଆପଣ ସିଧାସଳଖ ଚର୍ମ ଉପରେ ଅଲିଭ୍ ତେଲ ଲଗାଇ ପାରିବେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହା ଲଗାଇବା ପରେ ଶୁଖଲା ଲାଗୁଛି ତାହେଲେ ମୁହଁ ଧୋଇବା ପରେ ଏହାକୁ ଲଗାନ୍ତୁ। ଏହା ଆପଣଙ୍କ ଚର୍ମର ଶୁଷ୍କତାକୁ ଶୋଷିବ। ଆପଣ ଅଲିଭ୍ ତେଲକୁ ମେକଅପ୍ ରିମୁଭର୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।
ଅଲିଭ୍ ତେଲ ଶୁଖିଲା ଚର୍ମ ପାଇଁ ଭଲ କିନ୍ତୁ ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଏହାକୁ ହାଲୁକା ଭାବରେ ପ୍ରୟୋଗ କଲେ ଆପଣ ଏହାକୁ ଟିସ୍ୟୁ ପେପର ମାଧ୍ୟମରେ ମଧ୍ୟ ପୋଛି ପାରିବେ । ଯଦି ଆପଣ କୌଣସି ଆଲର୍ଜି ଅନୁଭବ କରୁଛନ୍ତି ତେବେ ଏହାର ବ୍ୟବହାର କରନ୍ତୁ ।