ସ୍କିନି ଜିନ୍ସ ପିନ୍ଧୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ! ଏହାକୁ ପିନ୍ଧିଲେ ହୋଇପାରେ ଆପଣଙ୍କର ଗୁରୁତର ସମସ୍ୟା

pic - ndtv.in
ବର୍ତ୍ତମାନ ସମୟରେ ସ୍କିନି ଜିନ୍ସ ଫ୍ୟାସନର ସିମ୍ୱଲ ବନିଯାଇଛି। ଝିଅମାନଙ୍କ ମଧ୍ୟରେ ଆଜିକାଲି ଏହାକୁ ପିନ୍ଧିବା ଖୁବ୍ ବଢ଼ିଯାଇଛି। ଏହାର କାରଣ ହେଲା ଏହାକୁ ପିନ୍ଧିଲେ ପତଳା ନଜର ଆସିଥାଏ ଏବଂ ପାଇଁ ସ୍ମାର୍ଟ ଲୁକ ମିଳିଥାଏ। ହେଲେ ଫ୍ୟାସନ ଚକ୍କରରେ ଝିଅମାନେ ଭୁଲି ଯାଇଥାନ୍ତି ଯେ ଏହା ସେମାନଙ୍କ ପାଇଁ କେତେ କ୍ଷତିକାରକ। ଏହାକୁ ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ଯେମିତିକି- ପେଟ ବ୍ୟଥା ଓ ଅଣ୍ଟା ସମସ୍ୟା ଭଳି ଅନେକ ରୋଗ ଦେଖାଯାଇଥାଏ। ଆସନ୍ତୁ ଜାଣିବା ସ୍କିନ ଜିନ୍ସ ପିନ୍ଧିବା ଦ୍ୱାରା ଆଉ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ।
ବ୍ଲଡ ସର୍କୁଲେସନ
ସ୍କିନି ଫିଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଶରୀରରେ ବ୍ଲଡ ସର୍କୁଲେସନ ସୁଚାରୁ ରୂପେ ହୋଇନଥାଏ। ଏହା ଦ୍ୱାରା ଶରୀରରେ ବ୍ୟଥା ଏବଂ ଗଣ୍ଠି ଆଦି ସମସ୍ୟା ହୋଇଥାଏ।
ଅଣ୍ଟା ବ୍ୟଥା
ଫିଟ୍ କପଡ଼ା ପିନ୍ଧିବା ଦ୍ୱାରା ଅଣ୍ଟା ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ଅଣ୍ଟା ଓ ମେରୁଦଣ୍ଡରେ ସମସ୍ୟା ଦେଖାଯାଇଥାଏ।
ଫର୍ଟିଲିଟି
ଅଧିକ ଫିଟେଡ ପୋଷାକ ପିନ୍ଧିବା ଦ୍ୱାରା ମୂତ୍ର ପ୍ରଦାହ ହୋଇପାରେ। ଯେଉଁଥିପାଇଁ ଶୁକ୍ରାଣୁର ପରିମାଣ କମିବା ଆରମ୍ଭ କରେ ଏବଂ ଫଙ୍ଗଲ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ।
ପେଟ ବ୍ୟଥା
ସ୍କିନି ଫିଟେଡ ଜିନ୍ସ ପିନ୍ଧିବା ଦ୍ୱାରା ଆପଣଙ୍କ ପେଟ ବ୍ୟଥା ସମସ୍ୟା ମଧ୍ୟ ହୋଇଥାଏ। ଫିଟେଡ ପୋଷାକ ପିନ୍ଧିଲେ ପେଟ ଉପରେ ପ୍ରଭାବ ପଡ଼ିଥାଏ।