PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଛୋଟ ସହରରେ ଗଡ଼ିବ‘ମେଟ୍ରୋଲାଇଟ୍‌’;ସର୍ବାଧିକ ୩ଟି ବଗି ରହିବ

ନୂଆଦିଲ୍ଲୀ,୨୨/୦୭(ଏଜେନ୍ସି): ଦେଶର ଛୋଟ ସହରଗୁଡ଼ିକରେ ଟ୍ରାଫିକ୍‌ ସମସ୍ୟା ଦୂର ସହିତ ଗମନାଗମନ ବ୍ୟବସ୍ଥାରେ ସୁଧାର ନିମନ୍ତେ ‘ମେଟ୍ରୋଲାଇଟ୍‌’ ଟ୍ରେନ୍‌ ଚଳାଚଳ କରିବ । ଅତ୍ୟନ୍ତ ସ୍ୱଳ୍ପ ସମୟ ବ୍ୟବଧାନରେ ଏହା ଚାଲିବ । ଏହି ଟ୍ରେନ୍‌ରେ ସର୍ବାଧିକ ୩ଟି ବଗି ରହିବ । ଘଣ୍ଟା ପିଛା ଏହା ୨୫ କିଲୋମିଟର ବେଗରେ ଗତି କରିବ । ସେହିଭଳି ଥରକେ ଏଥିରେ ୩୦୦ ଯାତ୍ରୀ ଯାତ୍ରା କରିପାରିବେ । କେନ୍ଦ୍ର ସରକାର ଏଭଳି ପ୍ରସ୍ତାବ ଆଣିଛନ୍ତି ।ମେଟ୍ରୋଲାଇଟ୍‌ ଟ୍ରେନ୍‌ ବ୍ୟବସ୍ଥା ନିମନ୍ତେ କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟ କେତେକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଓ ମାନକ ଜାରି କରିଛି । ଏହି ବୈଶିଷ୍ଟ୍ୟ ଅନୁସାରେ ହିଁ ମେଟ୍ରୋଲାଇଟ୍‌ ବ୍ୟବସ୍ଥା ବିକାଶ କରାଯାଇ ପାରିବ । ବଡ଼ ବଡ଼ ସହରରେ ପ୍ରଚଳିତ ମେଟ୍ରୋ ବ୍ୟବସ୍ଥା ତୁଳନାରେ ଏଥିରେ କମ୍‌ ଅର୍ଥ ବ୍ୟୟ ହେବ ।ରାଜ୍ୟଗୁଡ଼ିକ ଏହି ଟ୍ରେନ୍‌ ଚଳାଚଳ କରିବେ । କେନ୍ଦ୍ର ସରକାର ଏଥିଲାଗି ଆର୍ଥିକ ସହାୟତା ଯୋଗାଇଦେବେ ।

ପ୍ରଥମ ପର୍ଯ୍ୟାୟରେ ଦେଶର ୫୦ଟି କ୍ଷୁଦ୍ର ସହରରେ ଏହି ଟ୍ରେନ୍‌ ଚଳାଚଳ କରିବ ବୋଲି ପ୍ରସ୍ତାବ ରହିଛି । ଏହି ଟ୍ରେନ୍‌ ଉଭୟ ଭୂମି ଏବଂ ଖୁମ୍ବଗୁଡ଼ିକ ଉପରେ ଚଳାଚଳ କରିପାରିବ । କିନ୍ତୁ ଖୁମ୍ବରେ ଟ୍ରେନ୍‌ ଚଳାଚଳ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ ।ପ୍ରସ୍ତାବ ମୁତାବକ ମେଟ୍ରୋଲାଇଟ୍‌ର ନିଜସ୍ୱ ପୃଥକ୍‌ ରାସ୍ତା ନିର୍ମାଣ କରାଯିବ । ସଡ଼କରେ ଚଳାଚଳ କରୁଥିବା ଯାନବାହନ ଦ୍ୱାରା ଯେମିତି ଏହାର ଗତି ପ୍ରଭାବିତ ନ ହେବ, ସେଥିପାଇଁ ଯେଉଁଠି ଆବଶ୍ୟକ ପଡ଼ିବ, ସେଠାରେ ଦୁଇପାଶ୍ୱର୍ରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ ।

ସର୍ବାଧିକ ୩ଟି ବଗି ରହିବ ଏହି ଟ୍ରେନ୍‌ରେ ୩ଟି ବଗି ରହିବ, ଯାହା ପରସ୍ପର ସହ ଯୋଡ଼ି ହୋଇ ରହିବ । ଏହି ଲୋ’ ଫ୍ଲୋର୍‌ ଭିତ୍ତିକ ବଗି ଜମିଠାରୁ ୩୦୦ରୁ ୩୫୦ ମିମି ଉଚ୍ଚରେ ରହିବ । ଗୋଟିଏ ବଗିର ଲମ୍ବ ପାଖାପାଖି ୩୩ ମିଟର ହେବ । ୩ଟି ବଗିରେ ୩୦୦ ପର୍ଯ୍ୟନ୍ତ ଯାତ୍ରୀ ବସିପାରିବେ । ବଗି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଅଥବା ଆଲୁମିନିୟମ୍‌ରେ ନିର୍ମାଣ କରାଯିବ ।

ଟ୍ରେନ୍‌ ଭିତରେ ହେବ ଟିକେଟ୍‌ ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବସ୍‌ ବ୍ୟବସ୍ଥାରେ ଯେମିତି ଯାତ୍ରୀ ଚଢ଼ିବା ପରେ ଟିକେଟ୍‌ କଟାଯାଏ, ମେଟ୍ରୋଲାଇଟ୍‌ ବ୍ୟବସ୍ଥାରେ ମଧ୍ୟ ବଗି ଭିତରେ ଟିକେଟ୍‌ କଟାହେବ । ମେଟ୍ରୋଲାଇଟ୍‌ ବ୍ୟବସ୍ଥାରେ ଯେଉଁ ପ୍ଲାଟ୍‌ଫର୍ମ ନିର୍ମାଣ କରାଯିବ, ତା’ ଉପରେ ସେଡ୍‌ ରହିବ । ଏହି ଟ୍ରେନ୍‌ରେ ଅଟୋମେଟିକ୍‌ ଫେୟାର କଲେକ୍ସନ ସିଷ୍ଟମ୍‌, ପ୍ଲାଟ୍‌ଫର୍ମ ସ୍କ୍ରିନ୍‌ ଡୋର୍‌, ଏକ୍ସ-ରେ ଏବଂ ବ୍ୟାଗେଜ୍‌ ସ୍କାନର ରହିବ ନାହିଁ ।ଟିକେଟ୍‌ ନିରୀକ୍ଷକ କିମ୍ବା ନ୍ୟାସନାଲ କମନ ମୋବିଲିଟି କାର୍ଡ (ୱାନ୍‌ ନେସନ ୱାନ୍‌ କାର୍ଡ ଭଳି ପ୍ରଣାଳୀ)କୁ ମେଟ୍ରୋଲାଇଟ୍‌ ଭିତରେ ସ୍ଥାପନ ନିମନ୍ତେ ବିଚାର କରାଯାଉଛି । ମେଟ୍ରୋଲାଇଟ୍‌ ପାଇଁ ଜାରି ହୋଇଥିବା ମାନକରେ ଦର୍ଶାଯାଇଛି ଯେ ଯଦି ଯାଞ୍ଚ ବେଳେ କୌଣସି ଯାତ୍ରୀ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ବେଳେ ଧରାପଡ଼ନ୍ତି, ତେବେ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ ।